ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଶରଦଙ୍କ ଚ୍ୟାଲେଞ୍ଜ

ଶରଦ ପାଓ୍ବାରଙ୍କୁ ବଡ଼ ଝଟକା

ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ଲାଗିଲା ବଡ଼ ଝଟକା । ଅଜିତ ପାୱାରଙ୍କ ଏନସିପିକୁ ଅସଲ ଏନସିପି ବୋଲି ସ୍ୱୀକୃତି ମିଳିବା ପରେ ନିର୍ବାଚନ ଆୟୋଗଙ୍କ ଉପରେ ଖପ୍ପା ଶରଦ ପାଓ୍ବାର । କମିସନ କହିଛନ୍ତି, ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଅଜିତ ପାୱାର ଗୋଷ୍ଠୀ ଏନସିପିର ନାଁ ଓ ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବେ। ନିର୍ବାଚନ କମିସନଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଶରଦ ପାୱାର। ଜାତୀୟତାବାଦୀ କଂଗ୍ରେସ ପାର୍ଟି ସୁପ୍ରିମୋ ଶରଦ ପାୱାର ଆଜି ତାଙ୍କ ପୁତୁରା ତଥା ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଗଠିତ ଦଳକୁ ପ୍ରକୃତ ଏନସିପି ଭାବରେ ସ୍ୱୀକୃତି ପ୍ରଧାନ କରିଥିବା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରିଛନ୍ତି।