ବଢୁଛି ଶ୍ରେୟ ରାଜନୀତି

ପ୍ରଧାନମନ୍ତ୍ରୀ-ରାହୁଲ ଗାନ୍ଧୀ ମୁହାଁମୁହିଁ

ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ଏବେ ଆରମ୍ଭ ହୋଇଛି ଆଉ ଏକ ରାଜନୀତି । ଶ୍ରେୟ ରାଜନୀତି । ସଂସଦରେ ଗୃହୀତ ହେବା ପରେ ଏହାର ଲାଗୁ କରିବାର ସମୟ ସୀମାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଏହି ବିଲକୁ, ନୂଆ ଭାରତର ନୂଆ ଗଣତାନ୍ତ୍ରିକ ପ୍ରତିଶ୍ରୁତି କହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଲର କାର୍ଯ୍ୟକାରୀତାରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ମହିଳା ସଂରକ୍ଷଣ ବିଲରେ ଓବିସିଙ୍କ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ରାହୁଲ । ଉଭୟ ଶାସକ ଓ ବିରୋଧୀ ମତ ପାର୍ଥକ୍ୟ ପରିତ୍ୟାଗ କରି ଆଗେଇ ଆସି ଏହି ବିଲ୍ ପାରିତ କରିବାରେ ସମାନ ଭୂମିକା ତୁଲାଇଛନ୍ତି । ଏଣୁ ସ୍ୱାଭାବିକ୍ ଭାବେ ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି । ଆଉ ଏହି ପ୍ରତିଯୋଗିତାରେ ମୁହାଁମୁହିଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ।