ଦୁର୍ନୀତିଗ୍ରସ୍ତଙ୍କ ସମାବେଶ: ନରେନ୍ଦ୍ର ମୋଦି

‘ସଫଳ ହୋଇଛି ମେଣ୍ଟ ସମୟର ପରୀକ୍ଷା’

ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଦଳମାନେ ନିଜକୁ ଏକଜୁଟ କରିବା ସହ ଶକ୍ତିପ୍ରଦର୍ଶନ କରୁଛନ୍ତି । ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କ ବୈଠକ ପରେ ସଂଧ୍ୟାରେ ଦିଲ୍ଲୀରେ ଏନଡିଏର ବୈଠକ ଜାରି ରହିଛି । ଏନଡିଏ ବୈଠକରେ ୩୮ଟି ଦଳ ଯୋଗ ଦେଉଛନ୍ତି । ଏହି ବୈଠକର ନେତୃତ୍ବ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକକୁ ଆସିବା ପୂର୍ବରୁ ମୋଦୀ କହିଥିଲେ ଯେ ଏନଡିଏ ମେଣ୍ଟ ସମୟର ପରୀକ୍ଷାରେ ସଫଳ ହୋଇଛି ଏବଂ ଜାତୀୟ ପ୍ରଗତିକୁ ଆଗକୁ ବଢ଼ାଇବା ସହ ଆଞ୍ଚଳିକ ଆକାଂକ୍ଷା ପୂରଣ କରିବାକୁ ଚାହୁଁଛି । ବିରୋଧୀ ଦଳଙ୍କ ମେଣ୍ଟକୁ ସମାଲୋଚନା କରି ସେ କହିଛନ୍ତି ଯେ ଏହି ମେଣ୍ଟର  ‘ଲେବଲ ଗୋଟାଏ ପ୍ରକାରର କିନ୍ତୁ ଭିତରେ ଜିନିଷ ଅଲଗା’ । ଏହି ମେଣ୍ଟକୁ ସେ ଦୁର୍ନୀତିଗ୍ରସ୍ତଙ୍କ ଏକ ସମାବେଶ ବୋଲି କହିଛନ୍ତି । ଏହି ବୈଠକକୁ ଆସିବା ପୂର୍ବରୁ ମୋଦି କହିଥିଲେ ଯେ ଏନଡିଏ ମେଣ୍ଟ ସମୟର ପରୀକ୍ଷାରେ ସଫଳ ହୋଇଛି ଏବଂ ଜାତୀୟ ପ୍ରଗତିକୁ ଆଗକୁ ବଢ଼ାଇବା ସହ ଆଞ୍ଚଳିକ ଆକାଂକ୍ଷା ପୂରଣ କରିବାକୁ ଚାହୁଁଛି । ବିରୋଧୀ ଦଳଙ୍କ ମେଣ୍ଟକୁ ସମାଲୋଚନା କରି ସେ କହିଛନ୍ତି ଯେ ଏହି ମେଣ୍ଟର  ‘ଲେବଲ ଗୋଟାଏ ପ୍ରକାରର କିନ୍ତୁ ଭିତରେ ଜିନିଷ ଅଲଗା’ । ଏହି ମେଣ୍ଟକୁ ସେ ଦୁର୍ନୀତିଗ୍ରସ୍ତଙ୍କ ଏକ ସମାବେଶ ବୋଲି କହିଛନ୍ତି ।