ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ !
ବିହାରରେ ଏବେ ପୁଣି ଥରେ ରାଜନୈତିକ ହଲଚଲ । ମେଣ୍ଟରୁ ଅଲଗା ହୋଇ ନୀତିଶ କୁମାର ବିଜେପି ସହ ସରକାର କରିପାରନ୍ତି । ଆଜି ନୀତିଶ ବିଧାୟକ ସାଂସଦ ଏବଂ ପାର୍ଟିର ଅନ୍ୟ ନେତାଙ୍କ ସହ ବୈଠକ କରିବେ । ରବିବାର ଦିନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏହା ସହ ବହୁମତ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦେବେ । ଏହା ସହ ରବିବାର ସନ୍ଧ୍ୟା ୪ଟାବେଳେ ରାଜଭବନରେ ଶପଥ ଗ୍ରହଣ ସମାରୋହ ହୋଇପାରେ । ଏ ନେଇ ଶନିବାର ମାନେ ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ନିବାସରେ ବିଜେପିର ସମର୍ଥନ ପତ୍ର ପହଞ୍ଚିଯିବ । ନୀତିଶ ଆଜି ଡାକିଥିବା ବୈଠକରେ ଅଶୋକ ଚୌଧୁରୀ, ବିଜୟ ଚୌଧୁରୀଙ୍କ ସହ ସାଂସଦଙ୍କ ସହ ବହୁ ବଡ଼ ବଡ଼ ନେତା ଉପସ୍ଥିତ ରହିବେ । ଆଜି ସନ୍ଧ୍ୟାରେ ସମସ୍ତ ବିଧାୟକଙ୍କର ଦସ୍ତଖତ ନିଆଯିବ । ଏହି ଚିଠି ନେଇ ପାର୍ଟିର ଦୁଇ ତିନି ଜଣ ଲିଡର ନୀତିଶଙ୍କୁ ଭେଟିବେ ।