ଆଜି ଜମିବ ଜିରୋ ନାଇଟ ସେଲିବ୍ରେସନ

ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ୱିନ ସିଟିରେ କଟକଣା

ଆଜି ଜମିବ ଜିରୋ ନାଇଟ ସେଲିବ୍ରେସନ । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ୱାଗତ କରିବା ପାଇଁ ଉତ୍କଣ୍ଠା ବଢ଼ିଛି। ଭୁବନେଶ୍ୱରରେ ସେଲିବ୍ରେସନ ପାଇଁ କିଭଳି କଟକଣା ଓ ଅନୁମତି ରହିଛି ସେନେଇ ପୋଲିସ ଆଗୁଆ ଜଣାଇଛି । ଏନେଇ ହୋଟେଲ, ପାର୍ଟି ଇଭେଣ୍ଟ, କ୍ଲବ ଓ ସୋସାଇଟରେ ପାର୍ଟି ପାଇଁ ଅନୁମତି ଥିବା ବେଳେ ମଦ ପିଇ ବିଶୃଙ୍ଖଳା କଲେ କଡ଼ା କାର୍ୟ୍ୟନୁଷ୍ଠାନ ଗ୍ରହଣ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ ମଦ‌ ବିକ୍ରି ଉପରେ ଆଇନ ମନ୍ତ୍ରୀ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜିରୋ ନାଇଟ୍ ପାଇଁ କଟକ କମିଶନରେଟ୍ ପୋଲିସ ର ସ୍ଵତନ୍ତ୍ର ପ୍ରସ୍ତୁତି । କଟକ ସହରରେ ନିୟୋଜିତ ହେବେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ । ବିଭିନ୍ନ ଚର୍ଚ୍ଚ, ମନ୍ଦିର ଏବଂ ଅନ୍ୟାନ୍ୟ ଟୁରିଷ୍ଟ୍ ପ୍ଲେସ ରେ ରହିବେ ପୋଲିସ । ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଯିବା ସହ ମଦ୍ୟପାନ କରି ଗାଡ଼ି ଚଳାଇଲେ ନିଆଯିବ ଦୃଢ଼ କାର୍ୟ୍ୟାନୁଷ୍ଠାନ । ଯେଉଁଠି ବି କିଛି ଭିଡ଼ ହୋଇ ସେଲିବ୍ରେସନ୍ କରୁଛନ୍ତି ତେବେ ଲୋକାଲ ଥାନାରୁ ଅନୁମତି ଆଣିବାକୁ ପଡ଼ିବ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା । ବ୍ରହ୍ମପୁର ମହାନଗରବାସୀ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସହରରେ ଜିରୋ ନାଇଟ ପାଇଁ ବିଭିନ୍ନ ସଂଗଠନ, ହୋଟେଲ ଓ କ୍ଲବ ତତ୍ପର ହୋଇଛି। ସନ୍ଧ୍ୟା ୭ଟାରୁ ରାତ୍ରି ୧୨ଟା ଯାଏ ସେଲିବ୍ରେଶନ ପାଇଁ ଧାର୍ୟ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *