ମୋଦିଙ୍କୁ ଫୋନ୍ କଲେ ଜେଲେନସ୍କି
ଚୀନର SCOସମ୍ମିଳନୀ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ପୁଟିନଙ୍କ ଭାରତ ଗସ୍ତ ଘୋଷଣା ମଧ୍ୟ ହୋଇ ସାରିଛି । ଏହାରି ମଧ୍ୟରେ ଜେଲେନସ୍କି ମୋଦିଙ୍କ ସହ ଆଲୋଚନା କରିଛନ୍ତି । ଯେଉଁ ଆଲୋଚନା ରୁଷ-ୟୁକ୍ରେନର ବିବାଦ ସମ୍ପର୍କରେ ରହିଥିଲା ।ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ SCO ସମ୍ମିଳନୀରେ ସାକ୍ଷାତ କରିବାକୁ ଯାଉଛନ୍ତି । ପୁଟିନଙ୍କ ସାକ୍ଷାତ କରିବା ପୂର୍ବରୁ ଜେଲେନସ୍କି ମୋଦିଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ । ଏହା ଛଡ଼ା ୟୁକ୍ରେନ୍ ସହିତ ଜଡିତ ଥିବା ସମସ୍ତ ଘଟଣା ସମ୍ପର୍କରେ ମୋଦିଙ୍କୁ ଜେଲେନସ୍କି ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏହି ସମୟ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ଏକ ବଡ଼ ପଦକ୍ଷେପ ନେଇପାରିବେ ବୋଲି ଜେଲେନସ୍କି ଆଶା କରୁଛନ୍ତି । କିନ୍ତୁ ଟ୍ରମ୍ପଙ୍କ ଅନେକ ଚେଷ୍ଟା ସତ୍ତ୍ବେ ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳିନାହିଁ ।ଏହା ବ୍ୟତୀତ ଟ୍ରମ୍ପ ପୁଟିନ ଏବଂ ଜେଲେନସ୍କିଙ୍କ ସହ ଅଲଗା ଅଲଗା କରି ସେମାନଙ୍କ ସହ ଆଲୋଚନା କରିଥିଲେ । ଯାହା ୮୦ ବର୍ଷ ମଧ୍ୟରେ କୌଣସି ରୁଷ ନେତାଙ୍କ ଆଲାସ୍କା ଗସ୍ତ ଥିଲା । ଏହି ସମୟ ମଧ୍ୟରେ ଯୁଦ୍ଧବିରତି ଉପରେ ଆଲୋଚନା ହୋଇଥିଲା । କିନ୍ତୁ କୌଣସି ଠୋସ୍ ଚୁକ୍ତି ହୋଇପାରିନଥିଲା ।
