ୟୁମନମ ଖେମଚନ୍ଦ ସିଂହ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ
ମଣିପୁରରୁ ବର୍ଷେ ପରେ ରାଷ୍ଟ୍ରପତି ଶାସନ ହଟିଛି । ଗତବର୍ଷ ୨୦୨୫ ଫେବ୍ଆରୀରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ୬୦ ସଦ୍ୟସୀୟ ବିଧାନସଭାକୁ ନିଲମ୍ବିତ କରାଯାଇଛି । ନବ ନିଯୁକ୍ତ ବିଜେପି ବିଧାୟକ ଦଳର ନେତା ୟୁମନମ ଖେମଚନ୍ଦ ସିଂହ ମଣିପୁର ଗଭର୍ଣ୍ଣର ଅଭୟ କୁମାର ଭଲ୍ଲାଙ୍କୁ ସରକାର ଗଠନ କରିବା ପାଇଁ ନିଜ ବାସଭବନକୁ ଡାକିଛନ୍ତି ।ମଣିପୁରରେ ବର୍ତ୍ତମାନ ୩୭ ବିଧାୟକ ରହିଛନ୍ତି । ୨୦୨୨ରେ ବିଧାନସଭା ନିର୍ବାଚନରେ ବିଜେପିର ୩୨ ପ୍ରାର୍ଥୀ ଜିତିଥିଲେ । ଜେଡିୟୁ ୬ଟି ସିଟରେ ଜିତିଥିଲା । ଏଥିରୁ ୫ ଜଣ ବିଜେପିରେ ସାମିଲ ହୋଇଥିଲେ ।ୟୁମନାମ ଖେମଚାନ୍ଦ ସିଂହଙ୍କୁ ମଣିପୁରରେ ଜଣେ ଅଭିଜ୍ଞ ଏବଂ ଶକ୍ତିଶାଳୀ ନେତା । ଏନ. ବୀରେନ ସିଂହଙ୍କ ସରକାରରେ, ଖେମଚାନ୍ଦ ସିଂହ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଥିଲେ । ବିଧାନସଭା ବାଚସ୍ପତି ଭାବରେ ତାଙ୍କର ନିରପେକ୍ଷ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚାରେ ରହିଥିଲେ ।
