ମନ୍ଦିରକୁ କ୍ୟାମେରା ନେଇ ଧରାପଡିଲା ଯୁବକ

ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା, ଯୁବକ ଅଟକ

କ୍ୟାମେରା ନେଇ ଧରାପଡିଲା ଯୁବକ। ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା କି ଫୋଟୋ ଭିଡିଓ। ନିଜ ଚଷମା ରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରିଥିଲା କି  ।ଚଷମାରେ ଲାଗିଥିବା ଲେନ୍ସ ରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲ୍ କୁ ଟ୍ରାନ୍ସଫର ହେବା ଭଳି କ୍ୟାମେରା।ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ପୋଲିସ ଧରିଥିଲା ।ତେବେ ଶ୍ରୀମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀ ତାକୁ ସିଂହଦ୍ୱାର ଥାନା ନେଇଛି୍। ଯୁବକ ଜଣକ ପୁରୀ ଗଜପତି ନଗରର ବୋଲି ଜଣାପଡିଛି। ଅଭିଜିତ୍ କର ଓ ତା ସହ କେଉଁ ସେବକ ଯାଇଥିଲା ତାର ମଧ୍ୟ ତଦନ୍ତ ପୋଲିସ କରୁଛି।