୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିବ

ଆଜି ମିଳିବ ସୁଭଦ୍ରା ଟଙ୍କା

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ପୁରୀ ତାଳବଣିଆଠାରେ ଆୟୋଜନ ହେବାକୁ ଥିବା ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଖାତାକୁ ଏହି ଟଙ୍କା ପଠାଇବେ। ଏହି ଯୋଜନା ଜରିଆରେ ଆଜି ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପାଖାପାଖି ୫ ହଜାର କୋଟିରୁ ଅଧିକ ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆବଣ୍ଟିତ କରାଯିବ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ପ୍ରକାଶଥା‌ଉକି, ଚଳିତ ଥର ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ। ଅଭିଯୋଗ ପୋର୍ଟାଲ୍‌ରେ ଆସିଥିବା ଅଭିଯୋଗରୁ ମଧ୍ୟ ୩୬ ହଜାର ୩୮୫ ଜଣ ହିତାଧିକାରୀ ଏଥର ସୁଭଦ୍ରା ଟଙ୍କା ପାଇବେ।

Leave a Reply

Your email address will not be published. Required fields are marked *