ବିଶ୍ୱ ଶ୍ରମିକ ଦିବସ

ବିଶ୍ୱ ଶ୍ରମିକ ଦିବସ: କ’ଣ କହେ ଇତିହାସ

ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ । ସମାଜ ପ୍ରତି କର୍ମଚାରୀ ଓ ଶ୍ରମିକଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ୧ ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଶ୍ରମିକ କଥା ପଡିଲେ ମନକୁ ଆସେ, ଶୁଖିଲା ମୁହଁ, ମୁଣ୍ଡରେ ଠେକା ଏବଂ ଝାଳ ଜୁଡୁବୁଡୁ ଗାମୁଛା । ଢୁ ଢୁ ଖରା ବର୍ଷା ଓ ହାଡଭଙ୍ଗା ଶୀତରେ କାମ କରୁଥିବା ମଣିଷଟିଏ । ପେଟ ପାଇଁ ସକାଳୁ ଖଟିବାକୁ ଯାଇ ସଞ୍ଜରେ ଘରକୁ ଫେରେ । ଆଜି ସେହି ଶ୍ରମିକଙ୍କ ପାଇଁ ଦିନଟିଏ । ୮ ଘଣ୍ଟା କାର୍ୟ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ ।


ଭାରତରେ ଅନ୍ତର୍ଜାତୀୟ ଦିବସ ପାଳନ କେବେ ଆରମ୍ଭ ହେଲା?
ଶ୍ରମିକ ଦିବସ ପାଳନ କରିବା ଭାରତ ପ୍ରଥମେ ୧୯୨୩ ମସିହାରେ ଚେନ୍ନାଇରେ ଆରମ୍ଭ ହୋଇଥିଲା । ବାମପନ୍ଥୀମାନେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ କରିଥିଲେ। ତା’ପରେ ଏହା ପରେ ଦେଶର ଅନେକ ଶ୍ରମ ସଂଗଠନ ଏହି ଦିନ ପାଳନ କରିବାକୁ ଲାଗିଲେ। ସେବେଠାରୁ ଭାତରେ ମଧ୍ୟ ପ୍ରତିବର୍ଷ ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ଏକ ସାଧାରଣ ଛୁଟି ମଧ୍ୟ ଅଛି ।

ଜାଣନ୍ତୁ ଏହି ବର୍ଷର ବିଷୟବସ୍ତୁ କ’ଣ?
ପ୍ରତିବର୍ଷ ଆନ୍ତର୍ଜାତୀୟ ଶ୍ରମ ଦିବସର ଏକ ବିଶେଷ ଥିମ୍ ଥାଏ । ଚଳିତ ବର୍ଷର ଥିମ୍ ରହିଛି (ରଦ୍ଭଗ୍ଦଙ୍କକ୍ସସଦ୍ଭଶ ଗ୍ଦବଲରଗ୍ଧଚ୍ଚ ବଦ୍ଭୟ ଷରବକ୍ଷଗ୍ଧଷ ବଗ୍ଧ ଙ୍ଗକ୍ଟକ୍ସଳ ସଦ୍ଭ ବ ମଷବଦ୍ଭଶସଦ୍ଭଶ ମକ୍ଷସଜ୍ଞବଗ୍ଧର) ଜଳବାୟୁ ପରିବର୍ତ୍ତନ ମଧ୍ୟରେ ଏହି ବର୍ଷର ବିଷୟବସ୍ତୁ କର୍ମକ୍ଷେତ୍ରର ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା । ଏହି ଥିମ୍ ମାଧ୍ୟମରେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି।


ଅନ୍ତର୍ଜାତୀୟ ଶ୍ରମ ଦିବସର ଇତିହାସ :
୧୮୮୬ ପୂର୍ବରୁ ଆମେରିକାରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନରେ ଆମେରିକାର ଶ୍ରମିକମାନେ ରାସ୍ତାକୁ ଚାଲିଆସି ଆନ୍ଦୋଳନ କରିଥିଲେ। ଶ୍ରମିକମାନେ ସେମାନଙ୍କର ଅଧିକାର ପାଇଁ ଧର୍ମଘଟରେ ବସିଥିଲେ। ଏହି ଆନ୍ଦୋଳନର କାରଣ ଥିଲା ଶ୍ରମିକମାନଙ୍କର କାର୍ୟ୍ୟ ସମୟ। ସେହି ସମୟ ମଧ୍ୟରେ ଶ୍ରମିକମାନେ ଦିନରେ ୧୫ରୁ ଅଧିକ ଘଣ୍ଟା ଧରି କାମ କରୁଥିଲେ। ଆନ୍ଦୋଳନ ସମୟରେ ପୋଲିସ କର୍ମଚାରୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏହି ସମୟରେ ଅନେକ ଶ୍ରମିକ ପ୍ରାଣ ହରାଇଥିଲେ। ଏଥିରେ ଶତାଧିକ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ।ଏହି ଘଟଣାର ତିନି ବର୍ଷ ପରେ, ଆନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀ ୧୮୮୯ରେ ଭେଟିଲା।


ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପ୍ରତ୍ୟେକ ଶ୍ରମିକଙ୍କୁ ଦିନକୁ ମାତ୍ର ୮ ଘଣ୍ଟା କାମ କରିବାକୁ ପଡିବ। ଏଥି ସହିତ ସମ୍ମିଳନୀ ପରେ ୧ ମଇରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା। ଏହି ଦିନ ଶ୍ରମିକମାନଙ୍କୁ ପ୍ରତିବର୍ଷ ଛୁଟି ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ପରେ ଆମେରିକାର ଶ୍ରମିକମାନଙ୍କ ପରି ଅନ୍ୟ ଦେଶରେ ମଧ୍ୟ ୮ ଘଣ୍ଟା କାମ କରିବାର ନିୟମ ଲାଗୁ ହେଲା। ଆମେରିକାରେ ଶ୍ରମ ଦିବସ ପାଳନ କରିବାର ପ୍ରସ୍ତାବ ମେ ୧, ୧୮୮୯ରେ ଲାଗୁ ହୋଇଥିଲା, କିନ୍ତୁ ପ୍ରାୟ ୩୪ ବର୍ଷ ପରେ ଭାରତରେ ଏହି ଦିନର ଉତ୍ସବ ଆରମ୍ଭ ହୋଇଥିଲା।