ଆଜି ବିଶ୍ୱ କଣ୍ଟିନେଣ୍ଟାଲ ଆଥଲେଟିକ୍ସ ବ୍ରୋଞ୍ଜ ଲେବୁଲ ଚମ୍ପିୟନସିପ୍

ଆଜିଠୁ ଓଡ଼ିଶାରେ ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ

ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ । ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ । ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀଙ୍କ ଅଂଶଗ୍ରହଣ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଆୟୋଜନ । ଓଡି଼ଶାରେ ଆସି ପହଞ୍ଚିଛନ୍ତି ଦେଶ ବିଦେଶର ଖେଳାଳି ।ଭାରତୀୟ ଆଥଲେଟିକ୍ସ ମହାସଂଘ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୭ ଦେଶର ପାଖାପାଖି ୧୬୦ ପ୍ରତି‌ଯୋଗୀ ଅଂଶଗ୍ରହଣ କରିବେ। ଭାରତୀୟ ଖେଳାଳିଙ୍କ ସଂଖ୍ୟା ପାଖାପାଖି ୧୦୦ ରହିବ। ଓଡ଼ିଶାର ୫ଜଣ ଖେଳାଳି ଶ୍ରାବଣୀ ନନ୍ଦ (ମହିଳା ୧୦୦ ମିଟର), ଅନିମେଷ କୁଜୁର (ପୁରୁଷ ୧୦୦ ଓ ୨୦୦ ମିଟର), କିଶୋର ଜେନା (ପୁରୁଷ ଜାଭଲିନ୍), ଲାଲୁ ପ୍ରସାଦ ଭୋଇ (ପୁରୁଷ ୧୦୦ ଓ ୨୦୦ ମିଟର) ଓ ପ୍ରଜ୍ଞା ପ୍ରଶାନ୍ତି ସାହୁ (ମହିଳା ବାଧାଦୌଡ଼)‌‌ଙ୍କ ନାଁ ପ୍ରାରମ୍ଭିକ ତାଲିକାରେ ଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ କିଶୋର ଆହତ ଥିବାରୁ ଖେଳିବେ ନାହିଁ।

ସେହିଭଳି ଅବଶିଷ୍ଟ ୪ଜଣ ଖେଳାଳିଙ୍କ ମଧ୍ୟରୁ ଜଣେ ଖେଳାଳି ଆହତ ଥିବାରୁ ଶେଷ ମୁହୂର୍ତ୍ତରେ ଏହି ପ୍ରତିଯୋଗିତାରୁ ଓହରି ଯିବାର ଯଥେଷ୍ଟ ଆଶଙ୍କା ରହିଛି। ଏଣୁ କେବଳ ୩ଜଣ ସ୍ଥାନୀୟ ଖେଳାଳି ହିଁ ପ୍ରତିଦ୍ବନ୍ଦ୍ବିତା କରୁଥିବାର ଦେଖିବାକୁ ମିଳିବେ। ତେବେ ଏହି ପ୍ରତିଯୋଗିତାରୁ ଜାପାନର ଟୋକିଓଠାରେ ଆସନ୍ତାମାସରେ ଆୟୋଜିତ ହେବାକୁ ଥିବା ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍ ଲାଗି ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ଥିବାରୁ ସ୍ଥାନୀୟ ଖେଳାଳିଙ୍କ ପାଇଁ ଏହା ବହୁତ ବଡ଼ ସୁଯୋଗ ଭାବେ ଉଭା ହୋଇଛି।

One thought on “ଆଜି ବିଶ୍ୱ କଣ୍ଟିନେଣ୍ଟାଲ ଆଥଲେଟିକ୍ସ ବ୍ରୋଞ୍ଜ ଲେବୁଲ ଚମ୍ପିୟନସିପ୍

Comments are closed.