ରଥଯାତ୍ରା ପାଇଁ ବରଗଡ଼ରୁ ପୁରୀ ଯିବ ରଥକାଠ
ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ଚାଲିଲା ପ୍ରସ୍ତୁତି । ଘୋଷଯାତ୍ରା ପାଇଁ ବରଗଡ଼ରୁ ପୁରୀ ଯିବ ରଥକାଠ । ଏନେଇ ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ଜଣିଆ ଟିମ୍ ପହଞ୍ଚିଛନ୍ତି । ଏହି ୫ଜଣିଆ ଟିମ୍ ପଦ୍ମପୁର ଜଙ୍ଗଲରେ ରଥକାଠ ପାଇଁ ସର୍ଭେକ୍ଷଣ କରିବେ । ସର୍ବେକ୍ଷଣ ସମୟରେ ଏହି ଟିମ୍ ସହିତ ବରଗଡ଼଼ ଡିଏଫ୍ଓ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ପାଞ୍ଜି ସମନ୍ବୟ ବୈଠକରେ ଅନୁମୋଦିତ ୨୦୨୫-୨୬ ବର୍ଷର ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଜାରି ତାଲିକାରେ ଏପ୍ରିଲ ୩୦ରେ ପବିତ୍ର ଅକ୍ଷୟ ତୃତୀୟ ପଡ଼ୁଛି । ଏହିଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ । ସେହିଭଳି ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଏହି ଦିନଠାରୁ ଆରମ୍ଭ ହେବ । ମେ ୧୯ରେ ଭଉଁରି ଯାତ୍ରା, ଜୁନ୍ ୧୧ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଜୁନ ୨୭ରେ ରଥଯାତ୍ରା ଅନୁଷ୍ଠିତ ହେବ ।
