ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ: ଅମିତ୍ ଶାହ
ପହଲଗାମ୍ ଆତଙ୍କୀ ହମଲା ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ଅମିତ ଶାହ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରତ୍ୟେକ ଆତଙ୍କବାଦର ଉପଯୁକ୍ତ ଓ ସଠିକ୍ ଜବାବ ଦେବ । ଆତଙ୍କବାଦୀକୁ କଡ଼ା ଚେତାବନୀ ଦେଇ ଅମିତ ଶାହ କହିଛନ୍ତି, ‘ଯଦି କେହି ଭାବନ୍ତି ଯେ ଏକ କାପୁରୁଷ ଆକ୍ରମଣ ସେମାନଙ୍କର ବିଜୟ, ତେବେ ସେମାନଙ୍କୁ ମନେ ରଖିବାକୁ ପଡିବ ଯେ ଏହା ନରେନ୍ଦ୍ର ମୋଦିଙ୍କ ସରକାର । କାହାକୁ ଛଡ଼ାଯିବନି । ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ ବୋଲି ସେ କହିଛନ୍ତି । ଅମିତ ଶାହ ଆହୁରି କହିଛନ୍ତି, ଦେଶର ପ୍ରତ୍ୟେକ କୋଣରୁ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ପାଇଁ ସରକାର ପ୍ରତିବଦ୍ଧ । ଦେଶର ପ୍ରତ୍ୟେକ ଇଞ୍ଚରୁ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ଆମର ସଂକଳ୍ପ ଏବଂ ଏହା ସଫଳ ହେବ । ଆତଙ୍କବାଦ ବିରୋଧରେ ଆମର ଜିରୋ ଟଲେରାନ୍ସ ନୀତି ରହିଛି । କୌଣସି ପରିସ୍ଥିତିରେ ବି ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି । ଆତଙ୍କବାଦ ବିରୋଧ ଲଢ଼େଇରେ କେବଳ ଭାରତର ୧୪୦ କୋଟି ଲୋକ ନୁହଁନ୍ତି ସାରା ବିଶ୍ବ ଆମ ସହ ଅଛି । ଆତଙ୍କବାଦ ସମାପ୍ତ ନ ହେବା ଯାଏଁ ଆମ ଲଢ଼େଇ ଜାରି ରହିବ । ଆଉ ଯେଉଁ ବ୍ୟକ୍ତି ଏହି ଘୃଣ୍ୟ କାମ କରିଛନ୍ତି ତାଙ୍କୁ ଉଚିତ୍ ଜବାବ ଦିଆଯିବ ।
