୨୪ରେ ବିଧାନସଭା ଘେରିବ ମହିଳା କଂଗ୍ରେସ

୨୪ରେ ବିଧାନସଭା ଘେରିବ ମହିଳା କଂଗ୍ରେସ

ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାକୁ ନେଇ ମହିଳା କଂଗ୍ରେସ ଆସନ୍ତା ୨୪ ତାରିଖରେ ବିଧାନସଭା ଘେରାଉ କରିବ। ମହିଳାଙ୍କ ସୁରକ୍ଷାକୁ ନେଇ ବିଧାନସଭା ଘେରିବାକୁ ମହିଳା କଂଗ୍ରେସ ସଜବାଜ ହୋଇଯାଇଛି ।  ରାଜ୍ୟରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇଯାଇଛି। ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ନିଖୋଜ ହେବା ଏବଂ ପରେ ତାଙ୍କର ହତ୍ୟା ଖବର ସମ୍ନାକୁ ଆସିବା ଘଟଣାରେ କଂଗ୍ରେସର ଗଠିତ ହୋଇଥିବା ପିସିସି ତଥ୍ୟ ଅନୁଧ୍ୟାନକାରି ୮ ଜଣିଆ କମିଟି ପୀଡ଼ିତାଙ୍କ ଘରକୁ ଯାଇଥିଲେ । ବିଧାନସଭା ଘେରିବା ପୂର୍ବରୁ କଂଗ୍ରେସ କହିଛି, ରକ୍ଷକ ଏଠି ଭକ୍ଷକ ସାଜିଛି। ରାଜ୍ୟରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇଯାଇଛି ।ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ନିଖୋଜ ହେବା ଏବଂ ପରେ ତାଙ୍କର ହତ୍ୟା ଖବର ସମ୍ନାକୁ ଆସିବା ଘଟଣାରେ କଂଗ୍ରେସର ଗଠିତ ହୋଇଥିବା  ପିସିସି ତଥ୍ୟ ଅନୁଧ୍ୟାନକାରି ୮ ଜଣିଆ କମିଟି ପୀଡ଼ିତାଙ୍କ ଘରକୁ ଯାଇଥିଲେ ।  ସିପି ଅଫିସ, କମିସନର ଅଫିସ, କ୍ୟାପିଟାଲ ଥାନା ଏବଂ ଟ୍ରାଫିକ ଥାନା ଯାଇଲେ। ପୀଡ଼ିତାଙ୍କୁ ନାୟ, ତାଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଏବଂ ମୃତକଙ୍କ ଭାଇଙ୍କୁ ଚାକିରି ଦେବାକୁ ସରକାରଙ୍କ ପାଖରେ କଂଗ୍ରେସ ଦାବି କରିଛି। 

Leave a Reply

Your email address will not be published. Required fields are marked *