ମହିଳାଙ୍କୁ ସ୍ବାବଲମ୍ବୀ କରିବ କାଇଁଚ !

ଧର୍ମଶାଳାରେ ଉଦଯାପିତ ହେଲା ହସ୍ତଶିଳ୍ପ କର୍ମଶାଳା

ଯାଜପୁର ଧର୍ମଶାଳା ବ୍ଲକ ଆଣ୍ଟିଆ ପଂଚାୟତ, ଆଣ୍ଟିଆ ଗ୍ରାମରେ ହସ୍ତଶିଳ୍ପ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି l ଏହି ଶିବିରରେ ପ୍ରାୟ ୩୦ରୁ ଅଧିକ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମ ବିଗତ ୬୦ଦିନ ଧରି ଚାଲୁରହିଥିଲା l ଏହି ଶିବିରରେ ମହିଳାମାନେ ଗାଁରେ ମିଳୁଥିବା କାଇଁଚକୁ ବ୍ୟବହାର କରି କିପରି ସୁନ୍ଦର ସୁନ୍ଦର ଜିନିଷ ତିଆରି କରିପାରିବେ ସେନେଇ ସେମାନକୁ ତାଲିମ ମଧ୍ୟ ଦିଆଯାଇଥିଲା ।

ଏହା ସହ ଏହି ଜିନିଷ ଗୁଡିକୁ ବିକି କିପରି ମହିଳା ମାନେ ଲାଭବାନ ହୋଇପାରିବେ ସେକଥା ମଧ୍ୟ ସେମାନଙ୍କୁ ଏହି ପ୍ରଶିକ୍ଷଣ ସମୟରେ ବୁଝାଯାଇଛି । ଶେଷରେ ଅନ୍ତିମ ଦିନରେ ଏକ ସଭା କରାଯାଇ ମହିଳାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଥିଲା । ଏହି ସଭାରେ ଅତିଥି ଭାବେ ଯୋଗ ଦେଇଥିଲେ ଯାଜପୁର ହସ୍ତଶିଳ୍ପୀ ସହ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ମହାନ୍ତି, ଧର୍ମଶାଳା ହସ୍ତଶିଳ୍ପ ବିକାଶ ଅଧିକାରୀ କମଳ ଲୋଚନ ସାହୁ, କମାଗଡ଼ ନିପୁଣ ଶ୍ଲୀପି ଆଲୋକ କୁମାର ମହାନ୍ତି l କିପରି ଭାବେ କାଇଁଚ ବୁଣା କାଯ୍ୟ ସୁନ୍ଦର ଡିଜାଇନ ଓ ବିକ୍ରି କରାଯାଇ ପାରିବ ଏହା ବିଷୟରେ ଆଲୋଚନା କରାଯାଇଥିଲା l