ଆଜିଠୁ ଏଟିଏମରୁ ଟଙ୍କା ଉଠାଣ ମହଙ୍ଗା
ବଦଳିଲା ଏଟିଏମ ଟ୍ରାଞ୍ଜାକ୍ସନ ନିୟମ । ଏଟିଏମରୁ ଏଣିକି ଟଙ୍କା ଉଠାଇବା ମହଙ୍ଗା ହେବ । ଅର୍ଥାତ୍ ଫ୍ରି ଲିମଟରୁ ଅଧିକ ଥର ଟଙ୍କା ଉଠାଇଲେ ବ୍ୟାଙ୍କକୁ ଟଙ୍କା ଦେବାକୁ ପଡ଼ିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କକୁ ଫ୍ରି ଲିମିଟ ପରେ ଏଟିଏମ ସେବା ଚାର୍ଜ ବଢ଼ାଇବାକୁ ଅନୁମତି ଦେଇଛି । ଅନ୍ୟ ବ୍ୟାଙ୍କର ଏଟିଏମରୁ ଧାର୍ଯ୍ୟ ଲିମିଟ ପରେ ଅର୍ଥ ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ। ପୂର୍ବରୁ ଏଥିପାଇଁ ୧୭ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ତାହା ୧୯ ଟଙ୍କା ହୋଇଯିବ। ଏଥିସହିତ ବାଲାନ୍ସ ଚେକ୍ କରିବା ଚାର୍ଜ ମଧ୍ୟ ୭ ଟଙ୍କାରୁ ବଢ଼ି ୯ ଟଙ୍କା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି।ବ୍ୟାଙ୍କ ନିଜର ଗ୍ରାହକଙ୍କୁ ମେଟ୍ରୋ ସହରରେ ମାସରେ ୫ ଥର ଫ୍ରି ଟ୍ରାଞ୍ଜାକ୍ସନ୍ ଲିମିଟ ଦିଆଯାଇଥିବାବେଳେ ନନ୍ ମେଟ୍ରୋ ସହରରେ ୩ ଥର ବିନା ଚାର୍ଜରେ ଟଙ୍କା ଉଠାଇହେବ। ଏହାଠାରୁ ଅଧିକ ଥର ଟ୍ରାଞ୍ଜାକସନ କଲେ ଅଧିକ ଚାର୍ଜ ଲାଗିବ।
