ସରିଲା ସଂସଦର ଶୀତକାଳୀନ ଅଧିବେଶନ

ବିରୋଧୀଙ୍କ ହଟ୍ଟଗୋଳ, ସରିଲା ସାଂସଦ ଶୀତ ଅଧିବେଶନ

ବିରୋଧୀଙ୍କ ପ୍ରବଳ ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ଗତକାଲିଠୁ ମନରେଗା ଯୋଜନାର ନାମ ବଦଳାଇ “ଭିବି-ଜି ରାମ ଜି” ପରିବର୍ତ୍ତନକୁ ବିରୋଧୀ ସାଂସଦ ବିରୋଧ କରି ଆସୁଛନ୍ତି । ବିଲ୍ ବିରୋଧରେ ବିରୋଧି ସଦସ୍ୟ ରାତିସାରା ଗୃହ ବାହାରେ ୧୨ ଘଣ୍ଟା ଧାରଣା ଦେଇଥିଲେ ।ଆଜି ଶେଷଦିନ ଗୃହକାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ, ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲା । ରାଜ୍ୟସଭାରେ ସଦସ୍ୟ ମାନେ କାଗଜପତ୍ର ରଖି କାର୍ଯ୍ୟ ଆରମ୍ଭ କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲା । ସଂସଦର ଶୀତକାଳୀନ ଅଧିବେଶନ ବିତର୍କ ଏବଂ ପ୍ରତିବାଦରେ ଶେଷ ହୋଇଛି । ବିରୋଧୀ ଦଳ ସଦସ୍ୟ ଗତକାଲି ରାତିରେ ସଂସଦ ପରିସରରେ ରାତିସାରା ୧୨ ଘଣ୍ଟା ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ । “ମନରେଗା” ଗ୍ରାମୀଣ ନିଯୁକ୍ତି ଯୋଜନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ଅଭିଯୋଗ ଆଣି ପ୍ରତିବାଦ କରିଥିଲେ ବିରୋଧୀ ସଦସ୍ୟ । ବିରୋଧୀ କହିଥିଲେ ଯେ ସେମାନେ ଘଟଣାକୁ ନେଇ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇବେ।

Leave a Reply

Your email address will not be published. Required fields are marked *