ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିପାରେ

ରାଜ୍ୟରେ କମିବ ଶୀତ, ପୁଣି ଫେରିଲା ଘନ କୁହୁଡ଼ି

ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିପାରେ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବା ସହ ଶୀତ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କିନ୍ତୁ ଆସନ୍ତା ଦୁଇ ସପ୍ତାହ (୨୨ରୁ ୨୮ ତାରିଖ) ଓ (୨୯ରୁ ୪ ତାରିଖ) ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୪ରୁ ୫ ଡିଗ୍ରୀ କମ୍ ରହିପାରେ ବୋଲି ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ କୁହାଯାଇଛି । ଶନିବାର ଫୁଲବାଣୀରେ ରାତି ତାପମାତ୍ରା ୮ ଡିଗ୍ରୀ ରହିବ ।

ଅନୁଗୁଳରେ ୧୦, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୧୧, ବରଗଡ଼, ନୂଆପଡ଼ା ଓ ମାଲକାନଗିରିରେ ରାତି ତାପମାତ୍ରା ୧୨ ଡିଗ୍ରୀ ରହିପାରେ । ୨୭ ତାରିଖରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଜି ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଏଠାରେ ପାରଦ ୫ ଡିଗ୍ରୀ ଥିଲା ।

Leave a Reply

Your email address will not be published. Required fields are marked *