ନିର୍ବାଚନ ଲଢିପାରନ୍ତି ମୋକିମଙ୍କ ଝିଅ
ବାପା ମହମ୍ମଦ ମୋକିମଙ୍କ ସ୍ଥାନର ନିର୍ବାଚନ ଲଢିବେ କି ଝିଅ ସୋଫିଆ? ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ନିର୍ବାଚନ ଲଢି ପାରିବେ ନାହିଁ କଟକ – ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ତାଙ୍କ ସ୍ଥାନରେ ଝିଅ ସୋଫିଆ ଫିରଦୋସ୍ ନିର୍ବାଚନ ଲଢିବେ କି ନାହିଁ ଏନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା । କଟକ-ବାରବାଟୀରୁ କାହାକୁ ମିଳିବ ଟିକେଟ୍ ଏହାକୁ ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବାବେଳେ ସୋଫିଆଙ୍କୁ ପ୍ରାର୍ଥୀ କରାଯିବ କି ନାହିଁ ସେନେଇ କୌଣସି ଚୂଡାନ୍ତ ନିଷ୍ପତି ହୋଇ ନଥିବା କହିଛନ୍ତି ମହମ୍ମଦ ମୋକିମ୍ । ଝିଅଙ୍କୁ ପ୍ରାର୍ଥୀ କରିବା ପାଇଁ ମୋକିମ୍ ନିଜ ଆଡୁ ପ୍ରସ୍ତାବ ଦେବେ ନାହିଁ ବୋଲି କହିଛନ୍ତି । ଯାହା ନିଷ୍ପତ୍ତି ଏଆଇସିସି ନେବେ ତାହାକୁ ଗ୍ରହଣ କରିବେ ବୋଲି ମୋକିମ୍ କହିଛନ୍ତି ।
