୮ କୋଟି ପାଇଁ ସ୍ୱାମୀକୁ ହତ୍ୟା
ତେଲେଙ୍ଗାନାରୁ ଜଣେ କଫି ବ୍ୟବସାୟୀ ରମେଶଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କର୍ଣ୍ଣାଟକ ପୋଲିସ।ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ପତ୍ନୀ । ପରେ ଯେପରି ଧରାନଡିବେ ସେଥିପାଇଁ ମୃତ ଶରୀରକୁ ୮୦୦ କିଲୋମିଟର ଦୂର ଏକ ଅଞ୍ଚଳରେ ନେଇ ପୋଡ଼ି ଦେଇଥିଲେ । ପରେ ସ୍ୱାମୀ ନିଖୋଜ ଥିବା ନେଇ ଥାନାରେ ଏଫଆଇଆର ଦେଇଥିଲା ପତ୍ନୀ । ସୂଚନା ମୁତାବକ ଅକ୍ଟୋବର ୮ ତାରିଖରେ କର୍ଣ୍ଣାଟକର କୋଡାଗୁ ଜିଲ୍ଲରେ ଥିବା ଏକ କଫି ବଗିଚାରୁ ଏକ ଅଧା ଜଳା ଅଜ୍ଞାତ ଶବ ମିଳିଥିଲା। ତଦନ୍ତ ପରେ ଉକ୍ତ ମୃତଦେହଟି ତେଲଙ୍ଗାନାର ବ୍ୟବସାୟୀ ରମେଶଙ୍କର ବୋଲି ଜଣାପଡିଛି। ଏହି ମାମଲାରେ ପୁଲିସ ତାଙ୍କ ସ୍ତ୍ରୀ ତଥା ୨୯ ବର୍ଷୀୟ ନିହାରିକାଙ୍କୁ ଗିରଫ କରିଛି। ତାଙ୍କ ସହ ପୁଲିସ ପଶୁ ଚିକିତ୍ସକ ନିଖିଲ ଓ ଅଙ୍କୁର ରାଣାଙ୍କୁ ମଧ୍ୟ ଗିରଫ କରିଛି।
ସୂଚନା ଅନୁଯାୟୀ, ରମେଶ ଏକ ସମ୍ପତ୍ତି ବିକ୍ରି କରି ୮ କୋଟି ଟଙ୍କା ପାଇଥିଲେ। ହେଲେ ଏ ଟଙ୍କା ପତ୍ନୀଙ୍କୁ ଦେଇନଥିଲେ ରମେଶ। ଯାହାକୁ ପାଇବା ପାଇଁ ତାଙ୍କ ପତ୍ନୀ ସ୍ୱାମୀଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ। ନିହାରିକା ତାଙ୍କ ବନ୍ଧୁ ଅଙ୍କୁରଙ୍କୁ ଅକ୍ଟୋବର ୧ରେ ଓ ଅକ୍ଟୋବର ୩ରେ ସ୍ୱାମୀ ରମେଶଙ୍କୁ ହାଇଦ୍ରାବାଦକୁ ଡାକିଥିଲେ। ପରେ ନିହାରିକା ଅଙ୍କୁରକୁ ଛାଡିବା କଥା କହି ସ୍ୱାମୀ ରମେଶଙ୍କ ସହ କାରରେ ଚାଲିଯାଇଥିଲେ। ବାଟରେ ଅଙ୍କୁର ଏବଂ ନିହାରିକା ରମେଶଙ୍କୁ ଗଳା ଚିପି ହତ୍ୟା କରି ଦୁହେଁ ବେଙ୍ଗାଲୁରୁର ହୋରାମାଭୁ ଚାଲିଯାଇଥିଲେ। ପରେ ଅନ୍ୟ ଜଣେ ସାଙ୍ଗ ନିଖିଲକୁ ଡାକି ମୃତଦେହକୁ ପ୍ରାୟ ୮୪୦ କିଲୋମିଟର ଦୂରରେ ନେଇ ପୋଡି ଦେଇଥିଲେ। ତେବେ ଅପରାଧରେ ବ୍ୟବହୃତ କାରକୁ ମଧ୍ଯ ଜବତ କରାଯାଇଛି୲ ପୋଲିସ ରମେଶଙ୍କ ଦ୍ୱିତୀୟ ପତ୍ନୀ ନିହାରିକା ଏବଂ ତାଙ୍କର ଦୁଇ ବନ୍ଧୁ ଡକ୍ଟର ନିଖିଲ ଏବଂ ଅଙ୍କୁର ରାଣାଙ୍କୁ ଗିରଫ କରିଛି।