କାହିଁକି ହେଲା ଏତେ ବଡ଼ ଦୁର୍ଘଟଣା ?

ରେଳ ଦୁର୍ଘଟଣା ପଛରେ କିଏ ?

ବାହାନଗା ଟ୍ରେନ ଦୁର୍ଘଟଣା ପରେ ପୁଣି ଛାତି ଥରାଇ ଦେଲା ଆନ୍ଧ୍ରରେ ଘଟିଥିବା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା । ବାହାନଗା ପରି ସମାନ ଢଙ୍ଗରେ ହେଲା ଦୁର୍ଘଟଣା। ତେବେ କାହିଁକି ହେଲା ଏତେ ବଡ଼ ଦୁର୍ଘଟଣା ? ଏତେ ବଡ଼ ଦୁର୍ଘଟଣା ପଛର କାରଣ କଣ ? ଏହି ତ୍ରୁଟି ଯାନ୍ତ୍ରିକ ନା ମନୁଷ୍ୟକୃତ ଥିଲା ? ଦୁର୍ଘଟଣା ଯଦି ମନୁଷ୍ୟକୃତ ତେବେ କାହାର ଭୁଲ ? ଏସବୁର କାରଣ ଏବେ ଖୋଜୁଛି ରେଲୱେ ସୂଚନା ଅନୁସାରେ ସଂନ୍ଧ୍ୟା ୭ଟା, ଆନ୍ଧ୍ରପ୍ରଦେଶ ରାଜ୍ୟ ଆଲମଣ୍ଡା ଓ କଣ୍ଟକାପଲ୍ଲୀ ଷ୍ଟେସନ ମଧ୍ୟରେ ବିଶାଖାପାଟଣା-ପଲାସାକୁ ଧକ୍କା ଦେଲା ବିଶାଖାପଟାଣା-ରାୟଗଡା ଟ୍ରେନ୍ । ସିଗନାଲ ଓଭର ସୁଟିଂରୁ ଏହି ଟ୍ରେନ୍ ଦୁର୍ଘଟଣା ହୋଇଥିବା ସିପିଆରଓ ପକ୍ଷରୁ ସୂଚନା ମିଳିଛି ।

ଇଷ୍ଟ କୋଷ୍ଟ ରେଲୱେ ସିପିଆରଓ ବିଶ୍ୱଜିତ ସାହୁଙ୍କ ସୂଚନା ଅନୁଯାୟୀ, ସିଗନାଲ୍ ଓଭରସୁଟିଂରୁ ଦୁର୍ଘଟଣା ହୋଇଥାଇପାରୋ ଅର୍ଥାତ୍ ରେଡ୍ ସିଗନାଲ୍ ଥାଇ ବି ଟ୍ରେନ ଟି ଆଗକୁ ମାଡ଼ି ଚାଲି ଯାଇଛିା ତେଣୁ ପ୍ରାଥମିକ ଯାଞ୍ଚରୁ ଏହା ମନୁଷ୍ୟକୃତ ତ୍ରୁଟି ହୋଇଥିବା ପୂର୍ବତଟ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି। ଏହି ଟ୍ରେନ୍ ଦୁର୍ଘଟଣା ପଛରେ ରହିଛି ମନୁଷ୍ୟକୃତ ଭୁଲ, ସିଗନାଲ ଓଭରସୁଟିଂ ହିଁ ମୁଖ୍ୟ କାରଣ ବୋଲି ପ୍ରାଥମିକ ଭାବେ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ ବିଶାଖାପାଟଣା-ପଲାସାର ଦୁଇଟି ବଗି ସହିତ ବିଶାଖାପାଟଣା-ରାୟଗଡାର ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା । ଏହି ଛାତିଥରା ଟ୍ରେନ୍‌ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବାରେ ଲାଗିପଡିଛି ରେଳବାଇ ।