କାହିଁକି ନିର୍ଦୟ ହେଲା ମାଆ ?

ନବଜାତ ଶିଶୁକୁ ପାଇଖାନାରେ ପକାଇ ଫେରାର ହେଲା ମାଆ !

ଅମାନୁଷିକତାର ନୂଆ ଏକ କାହାଣୀ । ମା ସାଜିଲା ଡାହାଣୀ । ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନାରେ ପକାଇ ଫେରାର ହୋଇଯାଇଛି ମାଆ । ଏଭଳି ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ବର ମେଡିକାଲରେ । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମହିଳାଙ୍କ କୁକର୍ମକୁ ସବୁଠି ନିନ୍ଦା କରାଯାଉଛି । ଜଣେ ମହିଳା ତାଙ୍କ ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନାରେ ପକାଇ ଫେରାର ହୋଇଯାଇଛନ୍ତି । ଶିଶୁପୁତ୍ରକୁ ଉଦ୍ଧାର କରି SNCUରେ ଭର୍ତ୍ତି କରାଯାଇଛି । କାହିଁକି ଏତେ ନିର୍ଦୟ ହେଲା ମାଆ ?

ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରିରେ ନବଜାତ ଶିଶୁପୁତ୍ରର କାନ୍ଦ ଶୁଣି ସେଠାରେ ଉପସ୍ଥିତ କିଛି ରୋଗୀଙ୍କ ସମ୍ପର୍କୀୟ ପାଇଖାନା ପାଖରେ ପହଞ୍ଚି ଥିଲେ । ପିଲାଟି ପାଇଖାନାରେ ପଡିଥିବା ଦେଖି ଉଦ୍ଧାର କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଏହାପରେ ଶିଶୁପୁତ୍ରକୁ SNCUରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ହେଲେ ମାଆର କୌଣୟ ଖୋଜ ଖବର ମିଳିଲା ନାହିଁ। ଯାହାକୁ ନେଇ ସବୁଠି ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ କିଏ ଏପରି ମା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।