ଆଡ଼ପ ପହଣ୍ଡି ବେଳେ କାହିଁକି ପଡିଗଲେ ବଡ଼ ଠାକୁର?

ସାମ୍ନାକୁ ଆସିଲା ପହଣ୍ଡି ବେଳେ ଅଘଟଣର କାରଣ

ସାମ୍ନାକୁ ଆସିଲା ଆଡପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବାର କାରଣ । ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡ଼ିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ୍ ରଥରେ ଠାକୁର ଅଟକି ରହିଥିବାରୁ ଏତେ ବଡ଼ ଅଘଟଣ ଘଟିଥିଲା । ବଡ଼ ଠାକୁରଙ୍କୁ ପକାଇଦେଖା ଘଟଣାରେ କମିଟି ତଦନ୍ତ ରିପୋର୍ଟ ଦେଇଛି । ୩ ଜଣିଆ ତଦନ୍ତକାରୀ କମିଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିଛି । ଆସନ୍ତା ପରିଚାଳନା କମିଟି ବୈଠକରେ ରିପୋର୍ଟ ଉପସ୍ଥାପନ ହେବ ଓ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Leave a Reply

Your email address will not be published. Required fields are marked *