କିଏ ହେବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ?

କିଏ ହେବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ?

ଏବେ କିଏ ନେବ ନବୀନ ସ୍ଥାନ ? କିଏ ହେବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ?ଦୌଡ଼ରେ ଅନେକ ବରିଷ୍ଠ ଏବଂ ଅଭିଜ୍ଞ ନେତା । କାହାକୁ ବାଛିବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ? ସମସ୍ତଙ୍କ ମୁହଁରେ ଏବେ ଏଇ ପ୍ରଶ୍ନ। ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ଧର୍ମେନ୍ଦ୍ର, ପ୍ରତାପ, ବୈଜୟନ୍ତ ଏବଂ ଅପରାଜିତା। ଦୀର୍ଘ ୧୦ ବର୍ଷ ଧରି ଧର୍ମେନ୍ଦ୍ର ପ୍ରଧାନ ମୋଦି ମନ୍ତ୍ରିମଣ୍ଡଳରେ ଗୁରୁତ୍ବପର୍ଶ ବିଭାଗ ଭାଗ ସମ୍ଭାଳି ଆସୁଛନ୍ତି। ଓଡ଼ିଶାରେ ଦଳର ତୃଣମୂଳ ସଂଗଠନକୁ ବିଛାଇ ମଜଭୁତ କରିବାରେ ତାଙ୍କ ଭୂମିକାକୁ କେହି ଅଣଦେଖା କରି ପାରିବେ ନାହିଁ । ୨୦୧୪ ରୁ୨୦୧୯ ମଧ୍ୟରେ ଧର୍ମେନ୍ଦ୍ରଙ୍କ ଦଳ ପରିବ୍ୟାପ୍ତ କରି ମୁଖ୍ୟ ବିରୋଧୀ ଦଳର ନେତୃତ୍ବରେ ଗାଦିକୁ ଅକ୍ତିଆର କରିଥିଲା।

ସେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଥିଲେ ବୋଲି କୁହାଯାଉଥିଲା। ଏ ନିର୍ବାଚନରେ ସେ ସମ୍ବଲପୁର ଲୋକସଭାରୁ ଲଢ଼ି ଲକ୍ଷାଧିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟଯାକ ବୁଲି ବିଜେଡି ସରକାର ବିରୋଧରେ ଘନଘନ ପ୍ରଚାର କରିବା ସହ ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିବା ଦିଗରେ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସେ ଆଗରେ ବୋଲି ଚର୍ଚ୍ଚା ହେଉଛି, ଯଦିଓ ସେ ବିଧାନସଭା ନିର୍ବାଚନ ଲଢ଼ି ନାହାନ୍ତି। ବାଲେଶ୍ଵରରୁ ଲଗାତାର ଦ୍ଵିତୀୟ ଥର ସାଂସଦ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ମଧ୍ୟ ଉଠୁଛି ମୁଖ୍ୟମନ୍ତ୍ରୀ ପଦ ପାଇଁ । ୨୦୦୪ ଓ ୨୦୦୯ରେ ର ସେ ନୀଳଗିରିରୁ ବିଧାୟକ ଥିଲେ। କେନ୍ଦ୍ରାପଡ଼ାର ନବନିର୍ବାଚି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ମଧ୍ୟ ଆଲୋଚନା ହୋଇପାରେ।

ସେହିପରି ଦ୍ବିତୀୟ ଥର ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ମଧ୍ୟ ରେସରେ ଅଛନ୍ତି। ଏଥିସହ ଅନ୍ୟକିଛି ବିଧାନସଭା ନିର୍ବାଚନ ଜିଣିଥିବା ଅନେକ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇ ପାରନ୍ତି। ପାଟଣାଗଡ଼ବିଧାୟକ କନକବଦ୍ଧନ ସିଂହଦେଓ, ପୂର୍ବ ବିଧାନସଭାର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଜେପି ବିଧାୟକ ଦଳ ଉପନେତା ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ବ୍ରଜରାଜନଗରୁ ନିର୍ବାଚନ ଜିତିଥିବା ସୁରେଶ ପୂଜାରୀ, ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାମ ବି ଆଲୋଚନା ହେଉଛି। ବିଜେଡି-ବିଜେପି ମେଣ୍ଟ ସରକାର ଚାଲିଥିବା ବେଳେ ୨୦୦ରୁ ୨୦୦୯ ମଧ୍ୟରେ ନବୀନ ମନ୍ତ୍ରୀମଣ୍ଡଳରେ ଶିଳ୍ପ ଓ ସରକାରୀ ଉଦ୍ୟୋଗ, ନଗର ଉନ୍ନୟନ ଭଳି ଗୁରୁତ୍ବପୂର୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ କନବଦ୍ଧନ। ପାଟଣାଗଡ଼ରୁ ସେ ୧୯୯୫ରୁ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୯ରେ ପରାଜିତ ହେବା ପରେ ପୁଣି ଏବେ ବିଜୟୀ ହୋଇଛନ୍ତି। ରଣପୁର ବିଧାୟିକା ସୁରମା ପାଢ଼ୀବି ନବୀନ ମନ୍ତ୍ରୀମଣ୍ଡଳରେ ସଦସ୍ୟା ଥିଲେ । ସମବାୟ ବିଭାଗ ଦାୟିତ୍ଵ ତୁଲାଇଥିଲେ। ଏଣୁ ସରକାର ଚଳାଇବା ଅଭିଜ୍ଞତା ରହିଛି ତ ତାଙ୍କର। ସେହିଭଳି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବି ପରିବହନ ବିଭାଗ ମନ୍ତ୍ରୀ ଥିଲେ। ଚତୁର୍ଥ ଥର ପାଇଁ ସେ ବିଧାୟକ ନିର୍ବାଚିତ ହୋଇଛନ୍ତି।