ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ?
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ? ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ଗ୍ରୀନ ସିଗନାଲ ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ସେ ବିଜେପିରେ ସାମିଲ ହେବା ପରେ ଏବେ କାହାକୁ ପ୍ରାର୍ଥୀ କରିବ ବିଜେଡି । ଏନେଇ ଦଳର ପ୍ଲାନ ବି ପ୍ରସ୍ତୁତ ରହିଛି । ଖୁବଶୀଘ୍ର ଏନେଇ ଘୋଷଣା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟିର ଆଲୋଚନା ହୋଇଛି । ନୂଆପଡ଼ା ଉପନିର୍ବାଚନ ନେଇ ବୈଠକରେ ହୋଇଛି ମାନସ ମନ୍ଥନ । ଖୁବଶୀଘ୍ର ବିଜେଡି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବେ ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରମିଳା ମଲ୍ଲିକ। ନୂଆପଡ଼ା ବ୍ୟାଟଲରେ ବିଜେଡି ବିଜୟୀ ହେବ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି । ନବୀନ ଯାହାକୁ ବି ପ୍ରାର୍ଥୀ କରିବେ ସେ ନିର୍ବାଚନ ଜିତିବେ । ନବୀନଙ୍କ ଉପରେ ଲୋକଙ୍କ ଆଶା ଓ ବିଶ୍ବାସ ଅତୁଟ ରହିଥିବା କହିଛନ୍ତି ପ୍ରମିଳା । ନୂଆପଡ଼ା ନିର୍ବାଚନରେ କଣ ରହିବ ଦଳର ରଣନୀତି ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ସେ କହିଛନ୍ତି । କଂଗ୍ରେସରୁ ଘାଷିରାମ ମାଝି ଟିକେଟ ପାଇଥିବା ବେଳେ ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେବା ଏକପ୍ରକାରର ନିଶ୍ଚିତ ହୋଇସାରିଛି ।
