କାହାକୁ ଓ କେମିତି ମିଳିବ ଆୟୁଷ୍ମାନ କାର୍ଡ? ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଆୟୁଷ୍ମାନ ଯୋଜନାକୁ ନେଇ ଲାଗି ରହିଥିବା ଦ୍ୱନ୍ଦକୁ ଦୂର କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହାସହ ସେ କହିଛନ୍ତି, କେଉଁ ମାନେ କିପରି ଏହି କାର୍ଡର ଲାଭ ଉଠାଇବେ ସେ ବିଷୟରେ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେବେ । ମନ୍ତ୍ରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତଦ୍ବୟ ଯୋଜନା, ନବୀନ କାର୍ଡ ଏବଂ ରାସନ କାର୍ଡ ଥିବା ହିତାଧିକାରୀ ଆୟୁଷ୍ମାନ ଯୋଜାନର ଲାଭ ଉଠାଇ ପାରିବେ । ସେହିପରି ରାସନ କାର୍ଡରେ ନାଁ ନଥିବା୨ ଲକ୍ଷ ପରିବାର ମଧ୍ୟ ଏହି ଯୋଜନାର ସୁବିଧା ପାଇପାରିବେ ।ରାଜ୍ୟରେ ୧ କୋଟି ୩ ଲକ୍ଷ ପରିବାରକୁ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସୁବିଧା ମିଳିବ ଏବଂ ମୋଟ ସାଢେ ୩ କୋଟି ଲୋକ ଆୟୁଷ୍ମାନ ଯୋଜନାର ଲାଭ ପାଇବେ । ୭୦ ବର୍ଷରୁ ଉର୍ଦ୍ଧ୍ବ ୨୩ ଲକ୍ଷରୁ ଅଧିକ ଲୋକ ହେବେ ଉପକୃତ । ୬ ଲକ୍ଷଙ୍କୁ ଅନ୍ଲାଇନ୍ରେ ମିଳିବ କାର୍ଡ ୭୦ ବର୍ଷର ଅଧିକ ଇନକମ୍ ଟାକ୍ସ ଦେଉଥିଲେ ଲୋକମାନଙ୍କୁ ମଧ୍ୟ ମିଳିବ ଆୟୁଷ୍ମାନ କାର୍ଡ । ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା । ପରିବାରରେ ୭୦ ବର୍ଷରୁ ଅଧିକ ଥିଲେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଅତିରିକ୍ତ ୫ ଲକ୍ଷର ସୁବିଧା ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିଲେ ମିଳିବ କାର୍ଡ।
