ସବୁବେଳେ ନବୀନଙ୍କ ପାଖରେ ଥିବା ବ୍ୟକ୍ତି ଏବେ ଗାୟବ କାହିଁକି?

କୁଆଡ଼େ ଗଲେ ପାଣ୍ଡିଆନ?

କୁଆଡ଼େ ଗଲେ ପାଣ୍ଡିଆନ? ନବୀନଙ୍କ ଇସ୍ତଫା ବେଳେ ଦେଖାଦେଲେନାହିଁ । ସବୁବେଳେ ନବୀନଙ୍କ ପାଖରେ ଥିବା ବ୍ୟକ୍ତି ଏବେ ଗାୟବ କାହିଁକି? ଶେଷ ମୁହୂର୍ତ୍ତରେ କାହିଁକି ରହିଲେ ନାହିଁ ପାଣ୍ଡିଆନ? ବିଜେଡିର ନେତା ନଥିଲେ କିନ୍ତୁ ବିଜେଡିର ସର୍ବେସର୍ବା ବୋଲାଉଥିଲେ । ନିର୍ବାଚନ ପ୍ରଚାର ବେଳେ ସବୁଠି ସେହିଁ ପ୍ରଚାର କରୁଥିଲେ । ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଉଥିଲେ । ନିର୍ବାଚନରେ ଏଥର ବି ଦଳ ଜିତି ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଉଥିଲେ । କିନ୍ତୁ ଫଳାଫଳ ଆସିବା ପରେ ସବୁ ଓଲଟପାଲଟ ହୋଇଗଲା । ରେଜଲ୍ଟ ଆସିବା ପରେ ଦଳର ମଙ୍ଗ ଧରିଥିବା ପାଣ୍ଡିଆନଙ୍କର କିନ୍ତୁ ଆଉ ଦେଖା ମିଳିଲା ନାହିଁ । ଫଳାଫଳ ଆସିବା ପରେ ଆୟୋଜିତ ପେ୍ରସମିଟରେ ତାଙ୍କୁ ଦେଖିବାକୁ ମିଳିଲାନାହିଁ । କେବଳ ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଥିଲେ । ଯଦି ମୁଖ୍ୟମନ୍ତ୍ରୀ ଷଷ୍ଠଥର ପାଇଁ ଶାସନକୁ ନଆସନ୍ତି ତାହେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଥିଲେ ପାଣ୍ଡିଆନ୍ । ଏବେ ସେ ପ୍ରକୃତରେ ରାଜନୀତିରୁ ସନ୍ନ୍ୟାସ ନେବେ ନା ଦଳ ସୁପ୍ରିମୋ ତାଙ୍କୁ ଅନ୍ୟ କିଛି ଦାୟିତ୍ୱ ଦେବେ ତା ଉପରେ ସମସ୍ତଙ୍କ ନଜର ।