ପ୍ରଥମ, ଦ୍ଵିତୀୟ ପର୍ଯ୍ୟାୟ ନୋମିନେସନ ସରିଲାଣି, କେବେ ହେବ ବଳକା ପ୍ରାର୍ଥୀ ଘୋଷଣା

କେବେ ହେବ ବଳକା ପ୍ରାର୍ଥୀ ଘୋଷଣା?

ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନୋମିନେସନ ସରି ଦ୍ଵିତୀୟ ପର୍ଯ୍ୟାୟ ନୋମିନେସନ ବି ଶେଷ ହେବାକୁ ବସିଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସରିନି ପ୍ରାର୍ଥୀ ଘୋଷଣା। ନିର୍ବାଚନକୁ ମଧ୍ୟ ଆଉ ମାତ୍ର ୧୫ ଦିନ ବାକି ରହିଛି, କିନ୍ତୁ କେବେ ହେବ ବଳକା ପ୍ରାର୍ଥୀ ଘୋଷଣା? ଶାସକ-ବିରୋଧୀ ପରସ୍ପରକୁ ଛଚାଛକି ଭିତରେ ଆସନ ଘୋଷଣା ବିଳମ୍ବିତ ହେଉଥିବା ଥିବା ଚର୍ଚ୍ଚା ହେଉଛି । ବିଜେଡି ଆଉ ୬ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ବିଜେପି ୧୫ ବିଧାନସଭା ଆସନ ଓ କଂଗ୍ରେସ ୯ ବିଧାନସଭା ଓ ୨ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ।