କ’ଣ ନିଷ୍ପତ୍ତି ନେବ ପ୍ରଶାସନ

ଆଜି ଫୈସଲା କର, ନହଲେ କାଲି ଦୋକାନ ବନ୍ଦ

ରାଜଧାନୀବାସୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଉଛି ମାର୍କେଟ ବିଲ୍ଡିଂ । କିନ୍ତୁ ଏହି ସ୍ଥାନ ଏବେ ଖାଁ ଖାଁ । ସ୍ଥାୟୀ ଓ ଉଠାଦୋକାନୀ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦର ସମାଧାନ ହୋଇପାରୁନି । ମାର୍କେଟ୍ ବିଲ୍ଡିଂ ବାହାରେ ଉଠା ଦୋକାନୀ ଧାରଣା ଦେଉଛନ୍ତି । ଅନ୍ୟପଟେ ଏହାକୁ ବିରୋଧ କରୁଛନ୍ତି ସ୍ଥାୟୀ ଦୋକାନୀ ସଂଘ । ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଆଜି ସୁଦ୍ଧା ବିଏମସି ଯଦି କିଛି ସମାଧାନ ବାହାର ନକରେ, ତାହେଲେ ଆସନ୍ତାକାଲି ରାଜଧାନୀର ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ସ୍ଥାନୀୟ ଦୋକାନୀ ସଂଘ । ଉଠା ଦୋକାନୀଙ୍କୁ ନେଇ ଗଠିତ ବାଲୁଙ୍କେଶ୍ୱର କ୍ଷୁଦ୍ର ବ୍ୟବସାୟୀ ସଂଘ ଦାବି କରିଛି, ବିଏମସି ସର୍ଭେରେ ଷ୍ଟ୍ରିଟ୍ ଭେଣ୍ଡର ଭାବେ ଚିହ୍ନଟ ହୋଇଥିବା ବ୍ୟବସାୟୀଙ୍କୁ ମାର୍କେଟ ବିଲ୍ଡିଂ ଭିତରେ ବ୍ୟବସାୟ ପାଇଁ  ସୁଯୋଗ ମିଳୁ । ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ନିଖିଳ ଓଡ଼ିଶା ଷ୍ଟ୍ରିଟ ଭେଣ୍ଡର ସଂଘ । ଆବଶ୍ୟକ ପଡିଲେ ସମସ୍ତ ଉଠାଦୋକାନ ବନ୍ଦ ରଖିବା ସହ ଭୁବନେଶ୍ୱର ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ ।