ଆଜି ସମ୍ବଲପୁରୀ ଦିନ…
ସମ୍ବଲପୁରୀ ଦିନ ବେଶ ଉତ୍ସବମୁଖର ହୋଇ ପଡିଛି ପଶ୍ଚିମ ଓଡ଼ିଶା । ସମ୍ବଲପୁରୀ ଗୀତା ଓ ବାଜାର ତାଳେତାଳେ ଝୁମୁଛି ସାରା ପଶ୍ଚିମ ଓଡ଼ିଶା। ବହୁ ଆଡମ୍ବରରେ ପାଳିତ ହେଉଛି ସମ୍ବଲପୁରୀ ଦିନ । ଏହି ଦିନ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜିଲ୍ଲାପାଳ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲାର ସବୁ ବିଡିଓ, ତହସିଲଦାର ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି।
ଅଗଷ୍ଟ ପହିଲାରେ ଗୁରୁ ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ। ତାଙ୍କରି ଜନ୍ମଦିନକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି। ତେଣୁ ସ୍ୱର୍ଗତ ବହିଦାରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ସମ୍ବଲପୁରୀ ସଂସ୍କୃତିକୁ ତାଙ୍କ ଅବଦାନର ସମ୍ମାନ ସ୍ୱରୂପ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ତେବେ ଏହି ଦିନକୁ ବେଶ ଚାହିଁ ରହିଥାନ୍ତି ପ୍ରତ୍ଯେକ ସମ୍ବ୍ଲ୍ପୁରିଆ । ନାଚ ଗୀତ ସହ ଖାଦ୍ୟ ପୋଷାକ ସବୁ ଗ୍ରହଣ କରି ମାଆ ସମଲେଇଙ୍କ ପାଖରେ ଗୁହାରି କରିଥିବା ଦେଖିବାକୁ ମିଳିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ମା’ ସମଲେଇ ସଭିଙ୍କୁ ଖୁସିରେ ରଖନ୍ତୁ ବୋଲି ଆଜିର ଦିନରେ ପ୍ରାର୍ଥନା କରନ୍ତି ସଭିଏଁ ।