ନିର୍ବାଚନୀ ତାତିକୁ ଟକ୍କର ଦେଉଛି ଗ୍ରୀଷ୍ମ ତାତି

ଏବେଠୁ ୪୦ ଛୁଇଁଲାଣି ତାତି

ରାଜନୀତିକ ମାହୋଲ ଯେତେ ଗରମ ହେଉଛି ଗ୍ରୀଷ୍ମ ତାତି ତାଠୁ ବଳିଯାଉଛି । ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ। ଦିନ ସାଢ଼େ ୧୧ ସୁଦ୍ଧା ୩୬ ଡିଗ୍ରୀ ପାର କରିଛି ତାପମାତ୍ରା। ସାଢେ ୧୧ସୁଦ୍ଧା ଚାନ୍ଦବାଲି ସର୍ବାଧିକ ୩୬.୨ ଡିଗ୍ରୀ। ଭୁବନେଶ୍ୱରରେ ଏବଂ କେନ୍ଦୁଝରରେ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୩୫.୪, ସମ୍ବଲପୁରରେ ୩୫.୨ ଡିଗ୍ରୀ, ହୀରାକୁଦ ୩୪.୬ ଓ ବାଲେଶ୍ୱରରେ ୩୪.୨ ଡିଗ୍ରୀ ତାପମାତ୍ରା ରହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ ୪୦ ଡିଗ୍ରୀ ପାର କରିପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ୩୯ ଡିଗ୍ରୀ ଉପରେ ରହିଥିଲା ୫ ସହରର ଦିନ ତାପମାତ୍ର। ୩୭ ଡିଗ୍ରୀ ଡହ ଡହ ଖରାରେ ଭାଜି ହୋଇଛନ୍ତି ରାଜଧାନୀବାସୀ। ୩୯.୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ତତଲା ସହର ଭାବେ ପରିଗଣିତ ହୋଇଥିବାବେଳେ ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ବି ପାରଦ ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।