ଉପକୂଳ ଛୁଇଁବ ବାତ୍ୟା

ଗଭୀର ଅବପାତ ରୂପ ନେଲା ‘ହାମୁନ’

ବାତ୍ୟାରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ‘ହାମୁନ’ । ସମୁଦ୍ର ଭିତରେ ଏହା ଆହୁରୀ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୁପ ନେବ ବୋଲି ପାଣିପାଗ ବୈଜ୍ଞାନିକମାନେ ଆକଳନ କରୁଛନ୍ତି । ବାତ୍ୟା ହାମୁନ ଏବେ ଉତର-ଉତର ପୂର୍ବ ଦିଗରେ ଗତି କରୁଛି । ଓଡିଶା ଉପକୂଳରୁ ଦୂର ସମୁଦ୍ରରେ ଗତି କରୁଥିବାରୁ ସିଧାସଳଖ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି କୁହାଯାଉଛି । ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ କିଛି ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତାକାଲି ଏହା ବାଂଲାଦେଶ ଉପକୂଳ ଛୁଇଁବ । ଏହି ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡା–ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ହେଲେ ସେତିକି ବେଳକୁ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇସାରିଥିବ । ଆଶ୍ୱସ୍ତିକର କଥା ହେଲା ଏହା ବାଂଲାଦେଶ ମୁହାଁଇବ । ଆଇଏମଡିର ଆକଳନ କହୁଛି, ଏହା ଓଡିଶା ଉପକୂଳରୁ ୨ ଶହ କିଲୋମିଟର ଦୂରରେ ସମୁଦ୍ର ଭିତରେ ଗତି କରିବ । ଆଜି କେନ୍ଦ୍ରାପଡା, ଜଗତସିଂହପୁର ଓ ଭଦ୍ରକରେ ଅଧିକ ବର୍ଷା ହେବା ଅନୁମାନ କରାଯାଉଛି । ଆଉ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।