୮ ଡିଗ୍ରୀକୁ ଖସିଲା ପାରଦ
ଖସୁଛି ପାରଦ ବଢୁଛି ଶୀତ । ଆଜି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀକୁ ଖସିଲା । ଶିମିଳିପାଳର ଚହଲା ଏବଂ ଉପର ବାରା କାମୁଡାରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାର ବନ ବିଭାଗ ପକ୍ଷରୁ ସୂଚନା ।ସକାଳୁ ଶୀତର ପ୍ରକୋପ ବହୁ ମାତ୍ରରେ ଅନୁଭୂତ ହେଉଛି । ସୂର୍ଯ୍ୟକିରଣ ଟାଣ ନହେବା ଯାଏଁ ଲୋକେ ଘରୁ ବାହାରି ପାରୁନାହାନ୍ତି ।ସନ୍ଧ୍ୟା ଓ ସକାଳ ସମୟରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ବୟସ୍କ ଓ ଛୋଟ ପିଲାମାନେ ନିଆଁ ପୁଇଁ ହେଉଥିବା ଦେଖିବାକୁ ମିଳିଛି । ବଜାରରେ ଜ୍ୟାକେଟ, କମ୍ବଳ, ଚଦର ଆଦି ଗରମ ପୋଷାକର ବିକ୍ରି ବୃଦ୍ଧି ପାଇଛି । ସକାଳୁ ସକାଳୁ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁହୁଡି ପଡୁଥବା ଦେଖିବାକୁ ମିଳିଛି ।