ଆଗାମୀ ୫ ଦିନ ପ୍ରବଳ ଗ୍ରୀଷ୍ମପ୍ରବାହ
ଦୁଇ ଦିନ ତଳୁ ଓଡ଼ିଶା ଛୁଇଁଛି ମୌସୁମୀ । ହେଲେ ପାଗ ଅନୁକୁଳ ନଥିବାରୁ ରାଜ୍ୟରେ ସକ୍ରିୟ ହୋଇପାରୁନି ମୌସୁମୀ ବାୟୁ । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ହୋଇନପାରେ ମୌସୁମୀ । ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଛି । ଯାହାର ପ୍ରଭାବରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ଆଗାମୀ ୫ ଦିନ ଯାଏଁ ଉତ୍ତର ଓ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିବ । ଏଥିସହିତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।