ନିର୍ବାଚନ ହାରିଲେ ଦାୟୀ ରହିବୁ: ଭକ୍ତ ଦାସ
ନିର୍ବାଚନ ହାରିଲେ ଦାୟୀ ହେବେ ପ୍ରଭାରୀ ଓ ପିସିସି ସଭାପତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନକୁ ନେଇ ଭକ୍ତ ଦାସଙ୍କ ପ୍ରତିକ୍ରିୟା । କହିଲେ ନିର୍ବାଚନ ଫଳାଫଳ ପାଇଁ ଉତ୍ତରଦାୟୀ ରହିବୁ ।ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସାମ୍ବାଦିକ ସମ୍ମିଳନୀ। ସଂଗଠନକୁ ସୁଦୃଢ କରିବା ପାଇ କିଛି ନୂଆ କରିବାକୁ ଚେଷ୍ଟା କରିଛୁ। ସେଥିପାଇଁ ବିମାନ ବନ୍ଦର ରୁ ସିଧା ଜଗନ୍ନାଥ ମନ୍ଦିର କୁ ଚାଲିଥିଲୁ। ପଦ ଯାତ୍ରା ର ସକଳ୍ପ ଥିଲା ସମର୍ପଣ ଭାବ। ଜଗନ୍ନାଥଙ୍କ ମାର୍ଗ ଦର୍ଶନ ରହିଛି ଗରିବ ଙ୍କ କାମ ପାଇ କର। ସମସ୍ତଙ୍କ ସହଯୋଗ ମୋ ସହ ଅଛି। ରାଜ୍ୟ ବାସୀ ଙ୍କୁ ନିବେଦନ ଆପଣଙ୍କ ସହଯୋଗ ଦରକାର। ବିଜେପି, ବିଜେଡି ଭଳି ଆମ ପାଖରେ ପଇସା ନାହିଁ। ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କା ରେ କଂଗ୍ରେସ ତିଆରି କରିବୁ । ନାରୀ ସମ୍ମାନ ନାହିଁ, ଯୁବକ ଙ୍କ ପ୍ରତି ସମ୍ମାନ ନାହିଁ। ଜଣେ ପ୍ରେସିଡେଣ୍ଟ ହେଲା ମାନେ ସିଏ ହିଁ ସବୁକିଛି ତାହା ନୁହଁ। ମତେ ଯିଏ ଯାହା କହୁ ସବୁ ଶୁଣିବାକୁ ମୁଁ ପ୍ରସ୍ତୁତ। ଲହୁ ଲୁହ ଦେଇ ଦଳ କୁ ତିଆରି କରିବି। ବିଭିନ୍ନ ରାଜ୍ୟ ରେ ବହୁ ବଡ଼ ଦାୟିତ୍ୱ ସୋନିଆ ଗାନ୍ଧି, ରାହୁଲ ଗାନ୍ଧୀ ଦେଇଛନ୍ତି । ଦଳ ତିଆରି କରି ତାଙ୍କ ଋଣ ସୁଝିବି।
