ଅମର ଶତପଥୀଙ୍କ ବିସ୍ଫୋରକ ବୟାନ

‘ଆଗରୁ ଏମିତି ହୋଇଥିଲେ ଆମେ ବିରୋଧୀ ଦଳରେ ନଥାନ୍ତୁ’

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ବିଜେଡି ନେତାଙ୍କୁ ଦାୟିତ୍ୱ ବଣ୍ଟନ ନେଇ ବିସ୍ଫୋରକ ମନ୍ତବ୍ୟ ରଖିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ। ନବୀନ ପଟ୍ଟନାୟକ ପୂର୍ବରୁ ଯଦି ଏମିତି କରିଥାନ୍ତେ ତେବେ ଆଜି ଆମେ ବିରୋଧୀ ଦଳରେ ବସି ନଥାନ୍ତୁ ବୋଲି କହିଛନ୍ତି ଅମର ଶତପଥୀ। ତେବେ ବିଳମ୍ବରେ ହେଉ ପଛେ ଭଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଦଳର ସୁପ୍ରିମୋ । କିଛି ବ୍ୟତିକ୍ରମ ହୋଇଥିଲା ଯାହା କି ନିର୍ବାଚନରେ ପ୍ରସଙ୍ଗ ହେଲା । ଆଜି ସେ ସ୍ଥିତି ଆଉ ନାହିଁ । ମୁଁ ଭାବୁଛି ଭଲ ଦିନ ଓଡ଼ିଶା ପାଇଁ ଆସୁଛି । ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ବଜାୟ ରହିବା ଦରକାର । ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ବଜାୟ ରହିବା ଉଚିତ। ଦଳର ସୁପ୍ରିମୋ ବର୍ତ୍ତମାନ ଯେଉଁ ଦାୟିତ୍ୱ ବଣ୍ଟନର ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *