ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ

୨୦୩୬ ସୁଦ୍ଧା ଶ୍ରେଷ୍ଠ ୫ ରାଜ୍ୟରେ ଓଡ଼ିଶାକୁ ରଖିବାକୁ ଲକ୍ଷ୍ୟ ରଖିଛୁ ; ମୁଖ୍ୟମନ୍ତ୍ରୀ

ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ ।ଆପଣମାନେ ତୃଣମୂଳସ୍ତରର ସରକାରୀ ପ୍ରତିନିଧି। ସରକାରୀ ଯୋଜନାର ସଫଳ ରୂପାୟନ ଆପଣଙ୍କର ଦାୟିତ୍ବ। ଆମ ସରକାରକୁ ୫୨୪ ଦିନ ପୂରିଛି, ପ୍ରାୟ ସବୁ ଜିଲ୍ଲା ଗସ୍ତ କରିଛି।କଟକ ଜିଲ୍ଲାକୁ ସର୍ବାଧିକ ୩୨, କେନ୍ଦୁଝର ଜିଲ୍ଲାକୁ ୩୨ ଥର ଯାଇଛି। ୨୦୩୬ ସମୃଦ୍ଧ ଓଡ଼ିଶା ଓ ୨୦୪୭ ବିକଶିତ ଭାରତ ଆମର ଲକ୍ଷ୍ୟ। ୨୦୩୬ ସୁଦ୍ଧା ଶ୍ରେଷ୍ଠ ୫ ରାଜ୍ୟରେ ଓଡ଼ିଶାକୁ ରଖିବାକୁ ଲକ୍ଷ୍ୟ ରଖିଛୁ । ଏଥିପାଇଁ ଅନେକ ଆହ୍ବାନ ରହିଛି, ସମ୍ମୁଖୀନ ହେବାକୁ ପଡ଼ିବ।ପ୍ରଥମ ବର୍ଷରୁ ଯୋଜନା କରିଛୁ, ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଆୟୋଜନ କରିଥିଲୁ। ୨୨ ଲକ୍ଷ କୋଟିର ପ୍ରସ୍ତାବ ଆସିଥିଲା ଯାହାକି ବଡ଼ ସଫଳତା।