ରାଜ୍ୟକୁ ନାହିଁ ବନ୍ୟା ବିପଦ
ରାଜ୍ୟକୁ ବନ୍ୟା ବିପଦ ନାହିଁ । ବିପଦ ସଂକେତ ତଳେ ରାଜ୍ୟର ସବୁ ନଦୀର ଜଳସ୍ତର । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ସୂଚନା। ବିପଦସଙ୍କେତ ତଳେ ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ । ରାଜଘାଟଠାରେ ୮୦ ସେ.ମି ତଳେ ରହିଛି ଜଳସ୍ତର । ଭୋଗରାଇ ଓ ବାଲିଆପାଳ ଅଞ୍ଚଳରୁ ଧୀରେ ଧୀରେ କମୁଛି ପାଣି । ସୁବର୍ଣ୍ଣରେଖାର ବନ୍ୟା ପ୍ରକୋପ କମୁଥିବା ବେଳେ ତଳିଆ ଅଞ୍ଚଳରେ ଦୁର୍ଦ୍ଦଶା ବଢ଼ୁଛି । ନଦୀର ଜଳସ୍ତର କମି ରାଜଘାଟ ଠାରେ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି । ଗତକାଲି ଦିନତମାମ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଆଜି ରାତି ୮ଟା ସୁଦ୍ଧା ୯.୫୫ ମିଟର ଉଚ୍ଚରେ ପ୍ରବାହିତ ହେଉଛି । ଏବେ ବି ସୁବର୍ଣ୍ଣରେଖା ନଦୀ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆସନ୍ତାକାଲି ସୁଦ୍ଧା ନଦୀର ବନ୍ୟା ପ୍ରକୋପ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ଜଳସମ୍ପଦ ବିଭାଗ ଜଳେଶ୍ୱର ଉପଖଣ୍ଡ ଯନ୍ତ୍ରୀ ପ୍ରିୟବ୍ରତ ସିଂହ ସୂଚନା ଦେଇଛନ୍ତି ।
