ବୈତରଣୀରେ ଆସିବ ବଡ଼ ବନ୍ୟା !
ଲଗାଣ ବର୍ଷା ପରେ ବଢ଼ୁଛି ନଦୀର ଜଳସ୍ତର । ଯାଜପୁର ଭଦ୍ରକର ଉପକୂଳ ଦେଇ ପ୍ରବାହିତ ବୈତରଣୀର ଜଳସ୍ତର ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ସୁଦ୍ଧା ଆଖୁଆପଦାରେ ବିପଦ ସଂକେତ ଉପରେ ଅର୍ଥାତ ୧୭.୮୮ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ ।
ଯାହାକୁ ନେଇ ଏବେ ଚିନ୍ତାରେ ତଳିଆ ଅଞ୍ଚଳର ଲୋକମାନେ । ଜଳସ୍ତର ବଢୁଥିବାରୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି । କୀଚଚି ଦିନ ତଳେ ବୈତରଣୀରେ ପ୍ରବଳ ପଣି ଆସିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିଲା , ପୁନଃ ନଦୀର ଜଳସ୍ତର ବୃଦ୍ଧି ହେବା ପରେ ଏବେ ଆଶାଆଶଙ୍କାରେ ଦିନ କାଟୁଛନ୍ତି ଲୋକେ ।