ଉପରମୁଣ୍ଡରେ ଫୁଲୁଛି ମହାନଦୀ, ବଢ଼ୁଛି ଜଳସ୍ତର

ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ

ଉପରମୁଣ୍ଡରେ ଫୁଲୁଛି ମହାନଦୀ, ବଢ଼ୁଛି ଜଳସ୍ତର ।  ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର ।  ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମପାର୍ଶ୍ବରେ ୧୩ଟି ଓ ଡାହାଣପାର୍ଶ୍ବରେ ୭ଟି ଗେଟ୍ ଖୋଲା ରହିଛି। ପ୍ରବେଶ କରୁଛି ୩ ଲକ୍ଷ ୩୫ ହଜାର ୧୬୬ କ୍ୟୁସେକ ଜଳ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୫ ହଜାର ୧୬୬ ବନ୍ୟାଜଳ ।ସୂଚନାନୁଯାୟୀ, ମୋଟ ୧୨ଟି ଗେଟ ଦେଇ ନିଷ୍କାସିତ ହେଉଥିଲା । ବାମପଟରେ ୮ଟି ଓ ଡାହାଣ ପଟରେ ୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗି ରହିଛି ।  ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।