ତେଲ ଟ୍ୟାଙ୍କର ଜଗିବ ଯୁଦ୍ଧ ଜାହାଜ

ସମୁଦ୍ରରେ ବନ୍ଦ ହେବନି ବ୍ୟାପାର, ତେଲ ଟ୍ୟାଙ୍କର ଜଗିବ ଯୁଦ୍ଧ ଜାହାଜ

ତେଲ ଟ୍ୟାଙ୍କର ଜଗିବ ଯୁଦ୍ଧ ଜାହାଜ । ସମୁଦ୍ରରେ ବନ୍ଦ ହେବନି ବ୍ୟାପାର । ବିଶ୍ୱର ତେଲ ଓ ଗ୍ୟାସ୍ ଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଇରାନର ଧମକ ଯୋଗୁଁ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଦେଇ ଯାଉଥିବା ତେଲ ଟ୍ୟାଙ୍କର ଗୁଡ଼ିକ ଏବେ ବିପଦରେ ଅଛନ୍ତି । ହର୍ମୁଜ ପ୍ରଣାଳୀ ବନ୍ଦ ଘୋଷଣା କରିଛି ଇରାନ । ଏହି ସଙ୍କଟ ସମୟରେ ଟ୍ରମ୍ପ ଦୁଇଟି ବଡ଼ ଘୋଷଣା କରିଛନ୍ତି । ଯୁଦ୍ଧ ଭୟ ଯୋଗୁଁ ବୀମା କମ୍ପାନୀଗୁଡ଼ିକ ବହୁତ ଅଧିକ ଟଙ୍କା ମାଗୁଛନ୍ତି ।ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ଆମେରିକା ସରକାରଙ୍କ ପକ୍ଷରୁ ଖୁବ୍ କମ୍ ଖର୍ଚ୍ଚରେ ‘ପଲିଟିକାଲ୍ ରିସ୍କ ଇନସୁରାନ୍ସ’ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ବ୍ୟବସାୟୀମାନେ ନିର୍ଭୟରେ ସମୁଦ୍ର ପଥରେ ବ୍ୟାପାର କରିପାରିବେ । ଯଦି ଦରକାର ପଡ଼େ, ଆମେରିକା ନୌସେନାର ଯୁଦ୍ଧ ଜାହାଜଗୁଡ଼ିକ ତେଲ ଟ୍ୟାଙ୍କର ସହିତ ଯାଇ ସେମାନଙ୍କୁ ଇରାନ ଆକ୍ରମଣରୁ ସୁରକ୍ଷା ଦେବେ । ବିଶ୍ୱକୁ ତେଲ ଓ ଗ୍ୟାସ୍ ଯୋଗାଣ କୌଣସି ପରିସ୍ଥିତିରେ ବି ବନ୍ଦ ହେବ ନାହିଁ ବୋଲି ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *