ଆଜି ଲୋକସଭାରେ ଆଗତ ହେବ ୱକଫ୍ ସଂଶୋଧନ ବିଲ୍

ଆଜି ଲୋକସଭାରେ ଆଗତ ହେବ ୱକଫ୍ ସଂଶୋଧନ ବିଲ୍

ଆଜି ଲୋକସଭାରେ ଆଗତ ହେବ ୱକଫ୍ ସଂଶୋଧନ ବିଲ୍। ପ୍ରଶ୍ନକାଳ ପରେ  ମଧ୍ୟାହ୍ନ ୧୨ଟାରେ ଉପସ୍ଥାପନ କରାଯିବ। ବାଚସ୍ପତି ଓମ୍ ବିର୍ଲା ଏ ନେଇ ୮ ଘଣ୍ଟା ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।  ତେବେ ବିଲ୍‌ ବାବଦ ଆଲୋଚନା ଏହି ସମୟ ପର୍ଯ୍ୟାପ୍ତ ନୁହେଁ, ଏହି  ଆଲୋଚନା ୧୨ ଘଣ୍ଟା ହେବା ଦରକାର ବୋଲି ବିରୋଧୀ ଦଳମାନେ ଦାବି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଏହି ବିଲ୍ ଉପରେ ଆଲୋଚନା ସମୟ ବୃଦ୍ଧି କରାଯାଇପାରେ।  ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି ଯେ, ସରକାର ଏହି ପ୍ରସଙ୍ଗରେ ନିଜର ଏଜେଣ୍ଡା ଲାଗୁ କରୁଛନ୍ତି ଏବଂ ଇଣ୍ଡି ମେଣ୍ଟ ବିଲ୍‌କୁ ବିରାଧ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛି।  ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ସାଂସଦ ଅଖିଳେଶ ଯାଦବ କହିଛନ୍ତି ଯେ ଆମେ ବିଲ୍‌କୁ ଜୋର୍‌ଦାର ବିରୋଧ କରିବୁ ଏବଂ ଏଥିରେ କୌଣସି ସାଲିସ୍‌ ହେବନାହିଁ। ଅନ୍ୟପକ୍ଷରେ ଵକଫ୍‌ରେ ସଂସ୍କାର ସମୟର ଆବଶ୍ୟକତା ଏବଂ ଦେଶ ପାଇଁ ଜରୁରୀ ବୋଲି ବିଜେପି ନେତାମାନେ କହିଛନ୍ତି।