ରାଜଧାନୀରେ ବ୍ୟାସନଗର ମିଳିତ କ୍ରିୟାନୁଷ୍ଠାନ କମିଟି

vyasanagar

ବ୍ୟାସନଗରରେ ହେଉଛି ଆନ୍ଦୋଳନ; ସମାଧାନର ବାଟ ଫିଟୁଛି ରାଜଧାନୀରେ

କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ପୋୖରାଞ୍ଚଳର ନାଗରିକ କମିଟି ଦ୍ବାରା ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ଦଳ ରାଜଧାନୀ ଭୁବନେଶ୍ବରରେ ପହଞ୍ଚି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବ୍ୟାସନଗର ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ବ୍ୟାସନଗରର ଉନ୍ନତି ପାଇଁ ୫ ଦଫା ଦାବି ସହ ଅନେକ ଆନୁସଙ୍ଗିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବ୍ୟାସନଗର ସହରର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଏକ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ, ଚୁନଭାଟି ନିକଟରେ ବହୁ ପ୍ରତିକ୍ଷିତ ରେଳବାଇ ଫ୍ଲାଇଓଭର ବ୍ରିଜ୍ କାର୍ଯ୍ୟାରମ୍ଭ ପାଇଁ ଏକ ସର୍ଭେ, ଜମିଜମା ସମସ୍ୟାର ଫଇସଲା, ବ୍ୟାସନଗର ଯାତାୟାତ ସମସ୍ୟା ସୁଧାର କରିବା ପାଇଁ ଟ୍ରାଫିକ୍ ପୋଲିସ ମୁତୟନ ଏବଂ ବିଜୁଳି ବିଭ୍ରାଟ ଆଦି ସମସ୍ୟାର ଶୀଘ୍ର ସମାଧାନ ହେବବୋଲି ଉଭୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରଣବ ପ୍ରକାଶ ଦାସ ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ ଆଲୋଚନା ଫଳପ୍ରଦ ହୋଇଛି ଓ ଦାବି ପୂରଣ ନେଇ ଆମେ ଦୃଢ ଆଶାବାଦୀ ବୋଲି ନାଗରିକ କମିଟିର ସାଧାରଣ ସମ୍ପାଦକ ତଥା କ୍ରିୟାନୁଷ୍ଠାନ କମିଟିର ଆବାହକ ଦୁର୍ଯୋଧନ ରାଉତ ପ୍ରକାଶ କରିଛନ୍ତି । ଉକ୍ତ ପ୍ରତିନିଧି ଦଳରେ ବ୍ୟାସନଗର ନାଗରିକ କମିଟିର ସଭାପତି ଡା.ହେମନ୍ତ କିଶୋର ସାହୁ ,ଆବାହକ ମଣ୍ଡଳୀ ସଭ୍ୟ ଡ.ଦୁଷ୍ମନ୍ତ କୁମାର ନାୟକ, ହୃଦାନନ୍ଦ ସାମଲ,ପ୍ରଫୁଲ୍ଲ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢୀ,ଚନ୍ଦ୍ରମଣି ସାମଲ ଓ ସଦାଶିବ ଦାସଙ୍କ ସମେତ ମହେଶ ଧଳ, ନିରଞ୍ଜନ ଘଡେଇ, ଦାମୋଦର ପଣ୍ଡା ଏବଂ ପ୍ରଫୁଲ୍ଲ କୁମାର ଆଏଚ ପ୍ରମୁଖ ଉପସ୍ଥିତ ରହିଥିଲେ।