ଭୋଟ ଦେଉଛି ନୂଆପଡ଼ା

ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ

ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି। ମତଦାତାମାନେ ଉତ୍ସାହର ସହିତ ମତଦାନ କରୁଛନ୍ତି। ବୁଥ ସାମ୍ନାରେ ଯୁବପିଢ଼ି, ମହିଳା ଓ ନବାଗତ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ମତଦାତାମାନେ ଲାଇନ୍‌ ଲଗାଇଛନ୍ତି। ପୂର୍ବାହ୍‌ଣ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍‌ଣ ୫ଟା ଯାଏଁ ଜାରି ରହିବ। ଅତି ସମ୍ବେଦନଶୀଳ ସ୍ଥାନରେ ମତଦାନ ଅପରାହ୍‌ଣ ୪ଟାରେ ଶେଷ କରାଯିବାର ଲକ୍ଷ୍ୟ ରହିଛି। ତେବେ ନିର୍ଦ୍ଧାରିତ ସମୟ ସରିଗଲା ପରେ ଯଦି ମତଦାତାମାନେ ବୁଥ ପରିସରରେ ଥିବେ ସେମାନେ ତାଙ୍କର ଅଧିକାର ସାବ୍ୟସ୍ତ କରିପାରିବେ।