ନିର୍ବାଚନ ଲଢ଼ିବେନି ପାଣ୍ଡିଆନ

କାହିଁକି ନିର୍ବାଚନରେ ଲଢିବେ ନାହିଁ ଭିକେ ପାଣ୍ଡିଆନ?

ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କୁ ନେଇ ନିଷ୍ପତ୍ତି । ଆଗାମୀ ନିର୍ବାଚନରେ ଲଢିବେ ନାହିଁ ଭିକେ ପାଣ୍ଡିଆନ । ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ରମେଶ ଚନ୍ଦ୍ର ଚାଓ ପଟ୍ଟନାୟକ । ଚାଓ ପଟ୍ଟନାୟକ କହିଛନ୍ତି ଯାହା କାର୍ଯ୍ୟକାରିଣୀରେ ପାଣ୍ଡିଆନ ଘୋଷଣା କଲେ ସେ ଇଲେକ୍ସନ ଲଢିବେ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ରହିବେ ଓ ଲୋକଙ୍କ ସେବା କରିବେ । ପାଣ୍ଡିଆନ ଖୁବ ପାୱାର ଫୁଲ । ତାଙ୍କର ନିଷ୍ପତ୍ତିକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ବିଜେଡି ଆସିବା ପରେ ତାଙ୍କର ପରବର୍ତ୍ତୀ ରାଜନୈତିକ ରଣନୀତି କଣ ହେବ ତାକୁ ନେଇ ମଧ୍ୟ ଅନେକ ସମୟରେ ଆଲୋଚନା ହୁଏ । ତେବେ ପ୍ରଶ୍ନ ଉଠୁଛି ପାଣ୍ଡିଆନ କାହିଁକି ନିର୍ବାଚନ ଲଢିବା ପ୍ରସଙ୍ଗରୁ ଓହରିଲେ । ୟେ ପାଣ୍ଡିଆନଙ୍କର କିମ୍ବା ବିଜୁ ଜନତା ଦଳ କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରାଜନୈତିକ ରଣକୌଶଳ କି? ପାଣ୍ଡିଆନ ନିର୍ବାଚନ ନ ଲଢ଼ିବା ପଛରେ ନିଶ୍ଚିତ ଭାବେ ପ୍ଲାନ ଥାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ।