କିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?: ପାଣ୍ଡିଆନ୍
ଗୋଟିଏ ପଟେ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ଭିକେ ପାଣ୍ଡିଆନ । ପେଟ୍ରୋଲ, ଗ୍ୟାସ ଓ ତେଲଦରଠାରୁ ଆରମ୍ଭ କରି କୋଷ୍ଟାଲ ହାଇୱେ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି ପାଣ୍ଡିଆନ । ଗୁଜରାଟ ମଡେଲକୁ ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ । ଗୁଜରାଟକୁ ଦେଶର ଏକ ନମ୍ବର ରାଜ୍ୟ କରିପାରିଲେ କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ବୋଲି ପୁଣି ଥରେ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।
ପଶ୍ଚିମ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ଆକ୍ରମଣ କରିବା ପରେ, ସେହି ପଶ୍ଚିମ ଓଡିଶାରୁ ଏହାର କଡା ଜବାବ ଦେଇଛନ୍ତି ବିଜେଡି ନେତା ଭି.କେ.ପାଣ୍ଡିଆନ । ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ପାଣ୍ଡିଆନ ପ୍ରଶ୍ନ କରିଛନ୍ତି , କ୍ଷମତାକୁ ଆସିଲେ ତେଲ ଦର କମେଇବା ପାଇଁ କହିଥିଲେ , ତେଲଦର କମୁଛି କି? ଏଲପିଜି ଦର କମୁଛି କି? ପେଟ୍ରୋଲ , ଗ୍ୟାସ, ଡିଜେଲ ଦର ବଢିବନି ବୋଲି ଗ୍ୟାରେଣ୍ଟି ଦେଇପାରିବେ କି?ଓଡିଶା ବିଜେପିର ଆତ୍ମବିଶ୍ୱାସ ବଢାଇବାକୁ ବାରମ୍ବାର ପ୍ରଧାନମନ୍ତ୍ରୀ ଆସୁଛନ୍ତି । ଗୁଜରାଟ ସହ ଓଡିଶା ମଡେଲକୁ ବି ତୁଳନା କରିଛନ୍ତି ପାଣ୍ଡିଆନ । କହିଛନ୍ତି, ଗୁଜରାଟକୁ ୧ ନମ୍ବର କରିପାରିଲେ କି? ଓଡିଶା ଅପେକ୍ଷା ଗୁଜରାଟରେ ଅପପୃଷ୍ଟି ଅଧିକ? ମୁଣ୍ଡପିଛା ଋଣରେ ଓଡିଶାର ପ୍ରଦର୍ଶନ ଗୁଜରାଟ ତୁଳନାରେ ଭଲ?
ବୀରମିତ୍ରପୁରରେ ବିଜେଡି ପାଇଁ ପ୍ରଚାର କରି ବିଜେପିକୁ ସିଧା ହମଲା କରିଛନ୍ତି ଭି.କେ.ପାଣ୍ଡିଆନ । ସେ କହିଛନ୍ତି, ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ବିଜେପିକୁ ୩୦ ବର୍ଷ ଲାଗିଥାନ୍ତା । କାହିଁକି କୋଷ୍ଟାଲ ହାଇୱେ ହୋଇପାରିଲା ନାହିଁ ? କୋଇଲା ରୟାଲଟି ବୃଦ୍ଧି କାହିଁକି ହେଲାନି ? ୨ କୋଟି ଚାକିରି ଗଲା କୁଆଡେ? ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନାହିଁ ବିଜେପି । କନ୍ଧମାଳରେ ଅଶାନ୍ତି ପାଇଁ ବିଜେପିକୁ ଦାୟୀ କରିଛନ୍ତି ଭି.କେ. ପାଣ୍ଡିଆନ ।ରଘୁନାଥପାଲୀରେ ବି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ । ନବୀନ ମାଗଣା ବିଜୁଳି ଦେଉଛନ୍ତି ବୋଲି ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗିଲାଣି । କିନ୍ତୁ ଜୁଲାଇରୁ ଲୋକଙ୍କୁ ବିଜୁଳି ବିଲ୍ ଦେବାକୁ ପଡିବ ନାହିଁ । । ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୨୦ ତାରିଖରେ ପଶ୍ଚିମ ଓଡିଶାରେ ଭୋଟ ପଡିବ । ତେଣୁ ଏଠାରେ ପ୍ରଚାର ଜୋରଦାର ହୋଇଛି ।