ରାଜନୈତିକ ଉଦ୍ଦେଶ୍ୟ ରଖି ECI କାର୍ଯ୍ୟାନୁଷ୍ଠାନ ନେଉଛି

ରାଜନୈତିକ ଉଦ୍ଦେଶ୍ୟ ରଖି ECI କାର୍ଯ୍ୟାନୁଷ୍ଠାନ ନେଉଛି

ଭାରତୀୟ ନିର୍ବାଚନ କମିଶନ- ECIଙ୍କୁ ଦୋଷ ଦେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଦୁଇ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ୟ୍ୟାନୁଷ୍ଠାନକୁ ଦୁର୍ଭ୍ୟାଗ୍ୟଜନକ ବୋଲି ଦର୍ଶାଇ ଇସିଆଇଙ୍କୁ ସାମାଲୋଚନା କରିବାକୁ ବି ପଛାଇ ନାହାନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ପାଣ୍ଡିଆନ୍ କହିଛନ୍ତି- ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତୃବୃନ୍ଦ ଯାହା ଚାହୁଁଛନ୍ତି, ସେ ଅନୁସାରେ ECI କାର୍ୟ୍ୟାନୁଷ୍ଠାନ ନେଉଛନ୍ତି । ଆକ୍ସନର ସମ୍ମୁଖୀନ ହୋଇଥିବା ଦୁଇ ଅଫିସର ଓଡ଼ିଶାରେ ନକ୍ସଲବାଦକୁ ନିୟନ୍ତ୍ରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବିଜେଡି ହାତରୁ ପରାଜୟ, ବିଜେପିର ହଜମ ହେଉନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍ । ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗରେ ଗତକାଲି ସିଏମଓର ଦୁଇ ଜଣ ଆଇପିଏସ୍ ଅଫିସର ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ଆକ୍ସନ ନେଇଥିଲେ କେନ୍ଦ୍ର ନିର୍ବାଚନ ଆୟୋଗ ।