ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

କୁଆପଥର ମାଡରେ ଭାଙ୍ଗିଲା ବିମାନର ୱିଣ୍ଡସିଲ

ଆକାଶ ମାର୍ଗରେ କୁଆପଥର ମାଡ଼। ଦିଲ୍ଲୀ ଅଭିମୁଖେ ଯାଉଥିବା ଭିସ୍ତାରା ବିମାନ ଭୁବନେଶ୍ୱରରେ କଲା ପ୍ରାୟରିଟି ଲ୍ୟାଣ୍ଡିଂ। ଉଡ଼ାଣ ଭରିବାର ୧୦ ମିନଟ ପରେ ଆକାଶ ମାର୍ଗରେ ପାଗ ବଦଳିବା ସହ କୁଆପଥର ମାଡ଼ ହୋଇଥିଲା। କୁଆପଥର ମାଡରେ ବିମାନର ୱିଣ୍ଡ ସିଲ୍ଡ କ୍ଷତିଗ୍ରସ୍ତ ହେବାରୁ ପୁଣି ଭୁବନେଶ୍ୱର ଫେରି ପ୍ରାୟରିଟି ଲ୍ୟାଣ୍ଡିଂ କରିଥିଲା ବିମାନ। ଏସମ୍ପର୍କରେ ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ଆଜି ଦିନ ଗୋଟାଏ ୪୫ରେ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ବିମାନଟି ବାହାରିଥିଲା। ମାତ୍ର କୁଆପଥର ମାଡ ହେବାରୁ ବିମାନଟି ୧୦ମିନଟ ପରେ ଫେରି ପ୍ରାୟରିଟି ଲ୍ୟାଣ୍ଡିଂ କରିଥିଲା। ବିମାନରେ ୮ କ୍ରିଉ ମେମ୍ବର ସହ ମୋଟ ୧୬୯ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ଅନ୍ୟ ଏକ ବିମାନରେ ଯାତ୍ରୀଙ୍କୁ ଦିଲ୍ଲୀ ପଠାଯିବ ବୋଲି ସେ କହିଛନ୍ତି।