ଦୁଇ ଗୋଷ୍ଠୀ ମୁହାଁମୁହିଁ

ମନ୍ତ୍ରୀଙ୍କ ସାମନାରେ ବୁଥରେ ହାତାହାତି, ୪ ଆହତ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ସୁରୁଖୁରୁରେ ମତଦାନ ହୋଇଥିବା ବେଳେ କିଛି କିଛି ସ୍ଥାନରୁ ହିଂସାର ଖବର ମଧ୍ୟ ସାମ୍ନାକୁ ଆସିଛି। ବୁଥ ପରିସରରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ପିଟାପିଟି । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ଆଠଗଡ଼ ରାଧାଗୋବିନ୍ଦପୁର ୧୧୫ ନଂ ବୁଥ୍ ପରିସରରେ ଘଟିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ରାଧାଗୋବିନ୍ଦପୁର ଗ୍ରାମରେ ହୋଇଥିବା ୧୧୫ ନଂ ବୁଥକୁ ଆଜି ଭୋଟ ଦେବାକୁ ଯାଇଥିଲେ। ଉକ୍ତ ସମୟରେ ଉଭୟ ବିଜେଡ଼ି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଉତ୍ତ୍ୟକ୍ତ ଲୋକେ ପରସ୍ପରକୁ ଚେୟାର ଫିଙ୍ଗିବା ସହ ପିଟାପିଟି କରିବାକୁ ପଛାଇ ନ ଥିଲେ। ଏଥିରେ ଉଭୟ ଗୋଷ୍ଠିର ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଏନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା ମିଳି ପାରିନି।