ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ଗିରଫ

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ଗିରଫ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ । ଗତକାଲି ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା ପୋଲିସ । ଗଜପତିନଗରସ୍ଥିତ ତାଙ୍କ ବାସଭବନରୁ ତାଙ୍କୁ ଉଠାଇ ଆଣି ରାତିସାରା ଜେରା ଚାଲିଥିଲା । ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି । ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ୧୭ ଦିନ ପରେ ଗିରଫ । ଏଯାଏ ମୋଟ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗତ 6 ତାରିଖ ରାତିରେ ପୀତବାସ ପଣ୍ଡା ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।